Pratidin TV

Odisha's Digital News Platform

ସରକାର ଙ୍କ ନିର୍ଦ୍ଦେଶ , ଶିକ୍ଷାନୁଷ୍ଠାନ ଭିତରକୁ ପଶି ପାରିବନି ମୋବାଇଲ …

1 min read

 ଶିକ୍ଷାନୁଷ୍ଠାନ ଭିତରକୁ ପଶି ପାରିବନି ମୋବାଇଲ ଫୋନ । ଏବେ ତାଲିବାନ ସରକାରସମସ୍ତ ଶିକ୍ଷାନୁଷ୍ଠାନରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଶିକ୍ଷାନୁଷ୍ଠାନକୁ କେହି ବି ସ୍ମାର୍ଟ ଫୋନ ନେଇପାରିବେ ନାହିଁ। ଏହା ଇସଲାମ ବିରୋଧୀ। ଏଥିସହ ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟବହାର ଦ୍ୱାରା ଏହା ପବିତ୍ରା ମଧ୍ୟ ନଷ୍ଟ ହେବ।

ତେଣୁ କେହି ବି ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ବୋଲି ତାଲିବାନ ସରକାର କହିଛନ୍ତି। ତାଲିବାନର ସର୍ବୋଚ୍ଚ ନେତା ଶେଖ୍ ହିବାତୁଲ୍ଲା ଅଖୁଣ୍ଡଜାଦା ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପୂର୍ବରୁ ତାଲିବାନ ସରକାର ଅନେକ ନିର୍ଦ୍ଦେଶ ଜାରି କରିଛନ୍ତି ଯେଉଁଥିରେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଯାଇଛି।

Advertisement

Leave a Reply

Your email address will not be published. Required fields are marked *