ଖୁବ୍ ଶୀଘ୍ର ବିବାହ କରିପାରନ୍ତି ଅଭିନେତ୍ରୀ ତମନ୍ନା – ବିଜୟ !
1 min readବଲିଉଡ ଅଭିନେତା ବିଜୟ ବର୍ମା ଏବଂ ଅଭିନେତ୍ରୀ ତମନ୍ନା ଭାଟିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ଖବର ଚର୍ଚ୍ଚାରେ ରହିଛି । ନିକଟରେ ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ ଏବଂ ସେବେଠାରୁ ଉଭୟଙ୍କୁ କ୍ରମାଗତ ଭାବରେ ଏକାଠି ଦେଖିବାକୁ ମିଳିଥାଏ ।
ଦୁହେଁ ପ୍ରାୟତଃ କ୍ୟାମେରା ସାମ୍ନାରେ ପରସ୍ପର ପ୍ରତି ଥିବା ପ୍ରେମର ବର୍ଷା କରିଥାନ୍ତି, ପରସ୍ପରକୁ ସମ୍ମାନ ଜଣାଇଥାନ୍ତି କିନ୍ତୁ ବର୍ତ୍ତମାନ ଖବର ରହିଛି ଯେ ଉଭୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।ସୂଚନାନୁଯାୟୀ ତମନ୍ନା ଭାଟିଆ ଏକ ସାକ୍ଷାତକାର ସମୟରେ ତାଙ୍କ ୱେଡିଂ ପ୍ଲାନକୁ ନେଇ ସୂଚନା ଦେଇଛନ୍ତି । ଏକ ସାକ୍ଷାତକାରରେ ତମନ୍ନା କହିଛନ୍ତି, “ମୋ ପାଇଁ ବିବାହ ଏବଂ କ୍ୟାରିୟର ମଧ୍ୟରେ କୌଣସି ସମ୍ପର୍କ ନାହିଁ। ମୁଁ ଉଚ୍ଚାଭିଳାଷୀ ଏବଂ ବିବାହ ପରେ ମଧ୍ୟ ଅଭିନୟ ଜାରି ରଖିବି।” ଯଦିଓ ଅଭିନେତ୍ରୀ ବିଜୟଙ୍କ ସହ ତାଙ୍କ ବିବାହ ବିଷୟରେ ସବିଶେଷ ତଥ୍ୟ ଦେବା ଠାରୁ ଦୂରେଇ ରହିଥିଲେ, କିନ୍ତୁ ତେଲୁଗୁ 123 ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ସେ ଉଭୟ ୨୦୨୫ରେ ବିବାହ କରିବାକୁ ଯୋଜନା କରୁଛନ୍ତି।
ୱେବ୍ ସିରିଜ୍ ‘ଲଷ୍ଟ୍ ଷ୍ଟୋରୀ 2’ରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲା । ଯେଉଁଥିରେ ଏହି ଯୋଡିର କେମେଷ୍ଟ୍ରି ସମସ୍ତଙ୍କୁ ମତୁଆଲା କରିଥିଲା । ଉଭୟଙ୍କ ରୋମାନ୍ସ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହା ପରେ ଦୁହେଁ ସେମାନଙ୍କ ସମ୍ପର୍କକୁ ରିୟଲ ଲାଇଫରେ ଆଗକୁ ବଢାଇବାର ନିଷ୍ପତ୍ତି ନେଇଥିଲେ । ଏବେ ଖବର ରହିଛି ଯେ ବିଜୟ ଏବଂ ତମନ୍ନା ବର୍ତ୍ତମାନ ବିବାହ କରିବାକୁ ଚିନ୍ତା କରୁଛନ୍ତି ।