Pratidin TV

Odisha's Digital News Platform

ଅଡୁଆରେ ଅଭିନେତ୍ରୀ , ତମନ୍ନା ଭାଟିଆଙ୍କୁ ଆସିଲା ସାଇବର ସେଲ୍ ନୋଟିସ୍ ..

1 min read

ଏବେ ଅଡୁଆରେ ଅଭିନେତ୍ରୀ ତମନ୍ନା ଭାଟିଆ । ଆସିଲା ସାଇବର ସେଲ ରୁ ନୋଟିସ । ମହାରାଷ୍ଟ୍ର ସାଇବର ସେଲ୍ ତମନ୍ନାଙ୍କୁ ଫେୟାରପ୍ଲେରେ ୨୦୨୩ ଆଇପିଏଲ୍ ବେଆଇନ ଭାବେ ପ୍ରସାରଣ କରି କୋଟି କୋଟି ଟଙ୍କା କ୍ଷତି ଘଟାଇବା ଘଟଣାରେ ପଚରାଉଚରା ପାଇଁ ନୋଟିସ ପଠାଇଛି । ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ସପ୍ତାହରେ ଏପ୍ରିଲ୍ ୨୯ ତାରିଖ ଦିନ ତମନ୍ନା ଭାଟିଆଙ୍କୁ ମହାରାଷ୍ଟ୍ର ସାଇବର ସେଲକୁ ଆସି ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ମାମଲାରେ ମଙ୍ଗଳବାର ଦିନ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା କିନ୍ତୁ ସଞ୍ଜୟ ଦତ୍ତ ମଙ୍ଗଳବାର ସାଇବର ସେଲରେ ଅଫିସରେ ପହଞ୍ଚି ନଥିଲେ । ସେ ନିଜ ବୟାନ ରେକର୍ଡ କରିବାକୁ ଅଧିକ ସମୟ ମାଗିଥିଲେ । ସୂତ୍ରରୁ ପ୍ରକାଶ ଯେ ସଞ୍ଜୟ ଦତ୍ତ ସାଇବର ସେଲକୁ କହିଛନ୍ତି ଯେ, କିଛି କାମ ପାଇଁ ବର୍ତ୍ତମାନ ସେ ମୁମ୍ବାଇ ବାହାରେ ଅଛନ୍ତି ।

ସେଥିପାଇଁ ସେ ମଙ୍ଗଳବାର ହାଜର ହୋଇପାରିବେ ନାହିଁ । ମହାରାଷ୍ଟ୍ର ସାଇବର ସେଲ୍ ଭାୟାକମ୍ ଅଭିଯୋଗ ପରେ ଫେୟାରପ୍ଲେ ଆପ୍ ବିରୋଧରେ ଏକ ଏଫ୍‌ଆଇଆର୍ ରୁଜୁ କରିଛି । ତେଣୁ ଏହି ଘଟଣାର ଅଧିକ ଅନୁସନ୍ଧାନ ପାଇଁ ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ସୂତ୍ରରୁ ପ୍ରକାଶ ଯେ ତମନ୍ନା ଭାଟିଆ ଫେୟାରପ୍ଲେକୁ ପ୍ରୋତ୍ସାହିତ କରିଥିଲେ, ସେଥିପାଇଁ ତାଙ୍କୁ ସାକ୍ଷୀ ଭାବରେ ପଚରାଉଚରା ପାଇଁ ଡକାଯାଇଛି । ଏହି ଫେୟାର ପ୍ଲେକୁ ପ୍ରୋତ୍ସାହିତ କରିବା ପାଇଁ କିଏ ତାଙ୍କ ସହ ଯୋଗାଯୋଗ କରିଥିଲେ, ସେ ଏହା କିପରି କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଥିଲା ଏବଂ କିପରି ଦିଆଯାଇଥିଲା । ଯେତେବେଳେ ଭାୟାକମ୍ ଏହାର ଅଭିଯୋଗରେ ଦାବି କରିଛି ଯେ ଫେୟାରପ୍ଲେ ଟାଟା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍‌) ୨୦୨୩କୁ ବେଆଇନ ଭାବେ ପ୍ରସାରଣ କରିଛି ଏବଂ ଏହି କାରଣରୁ ସେମାନଙ୍କୁ ୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏପର୍ଯ୍ୟନ୍ତି ଏହି ମାମଲାରେ ସାଇବର ସେଲ୍ ରାପର୍ ବାଦଶାହଙ୍କର ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମ୍ୟାନେଜରଙ୍କ ବୟାନ ରେକର୍ଡ କରିସାରିଛି ।

Advertisement

Leave a Reply

Your email address will not be published. Required fields are marked *