Pratidin TV

Odisha's Digital News Platform

ଅଲଗା ହୋଇଗଲେ ଜୟମ ରବି, ପତ୍ନୀ ଆରତୀ , ୧୫ ବର୍ଷ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ ..

1 min read

ଭାଙ୍ଗିଗଲା ସାତ ଜନ୍ମର ସମ୍ପର୍କ । ଦୀର୍ଘ ୧୫ ବର୍ଷ ସମ୍ପର୍କର ପଡିଗଲା ପୂର୍ଣ୍ଣଛେଦ । ଅଲଗା ହୋଇଗଲେ ତାମିଲ ଅଭିନେତା ଜୟାମ ରବି ଓ ତାଙ୍କ  ପତ୍ନୀ ଆରତୀଙ୍କୁ ଦେଇଛନ୍ତି ଛାଡ଼ପତ୍ର। ବିବାହର 15 ବର୍ଷ ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି । ସୋସିଆଲ ମିଡିଆରେ ଏନେଇ ଉଭୟ ସୂଚନା ଦେଇଛନ୍ତି ।

ରବି ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସେ ତାମିଲ ଓ ଇଂରାଜୀରେ ବିବୃତି ଜାରି କରି ଆରତୀଙ୍କ ସହ ହୋଇଥିବା ବିବାହରେ ପୂର୍ଣ୍ଣଚ୍ଛେଦ ଟାଣିଥିବା କହିଛନ୍ତି। ସବୁ କିଛିକୁ ବୁଝି ବିଚାରି ସେ ଏପରି ନିଷ୍ପତ୍ତି ନେଇଥିବା ବିବୃତିରେ ଉଲ୍ଲେଖ କରିଛନ୍ତି। ଏପରି କଷ୍ଟକର ସମୟରେ ସେ ଗୋପନୀୟତାକୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି। କିଛି ମାସ ତଳୁ ରବି ଓ ଆରତୀଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହି ଚର୍ଚ୍ଚା ଭିତରେ ଆରତୀ ନିଜ ଇନଷ୍ଟାଗ୍ରାମରୁ ରବିଙ୍କର ସମସ୍ତ ଫଟୋକୁ ଡିଲିଟ କରି ଦେଇଥିଲେ। ସେବେଠାରୁ ଲାଗି ରହିଥିବା ଚର୍ଚ୍ଚା ଏବେ ସତ ପ୍ରମାଣିତ ହୋଇଛି। ଅଲଗା ହୋଇଯାଇଛନ୍ତି ରବି ଓ ଆରତୀ। ରବି ସୋଶାଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବା ବିବାହ ବିଚ୍ଛେଦ ସମ୍ପର୍କିତ ବିବୃତି ଶୀର୍ଷରେ ଲେଖିଛନ୍ତି ଯେ ଆପଣମାନଙ୍କ ଭଲ ପାଇବା ଓ ବୁଝିବାର ଶକ୍ତି ପାଇଁ କୃତଜ୍ଞ।” ଆରତୀ ଓ ରବି ୧୫ ବର୍ଷ ତଳେ ବିବାହ କରିଥିଲେ।

Advertisement

୨୦୦୯ରେ ଉଭୟ ପରସ୍ପରର ହାତ ଧରିଥିଲେ। ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଏବେ ରବି ଓ ଆରତୀ ବ୍ୟକ୍ତିଗତ କାରଣରୁ ଅଲଗା ହୋଇଛନ୍ତି।  ବିଚ୍ଛେଦ ସମ୍ପର୍କରେ ରବି କହିଛନ୍ତି, “ଅତ୍ୟନ୍ତ ଦୁଃଖର ସହ ଆପଣମାନଙ୍କୁ ଗୋଟିଏ ବ୍ୟକ୍ତିଗତ ଘଟଣା ସମ୍ପର୍କରେ ଜଣାଇବାକୁ ଚାହୁଁଛି। ଅନେକ ବିଚାର, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ମୁଁ ଆରତୀଙ୍କ ସହ ମୋର ବିବାହ ଶେଷ କରିବା ଭଳି କଷ୍ଟକର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି କୌଣସି ତରବରିଆ ଭାବେ ନିଆଯାଇ ନାହିଁ। ଏହା ଏକ ବ୍ୟକ୍ତିଗତ କାରଣ।ଏହା ସମସ୍ତଙ୍କ ଭଲକୁ ଦୃଷ୍ଟିରେ ରଖି ନିଆଯାଇଛି। ଏପରି ଏକ ସମୟରେ ମୁଁ ଆପଣମାନଙ୍କୁ ଆମର ଗୋପନୀୟତା ରକ୍ଷା କରିବାକୁ ଅନୁରୋଧ କରୁଛି। କୌଣସି ମିଛ ତଥ୍ୟ, ଗୁଜବ ଓ ଅଭିଯୋଗ ଠାରୁ ଆପଣମାନେ ଦୂରେଇ ରହିବେ ବୋଲି ଆଶା।” ।  ତେବେ ଏହା ମଧ୍ୟରେ ସେ  ଜୟମ ରବି 2009 ରେ ଟେଲିଭିଜନ ନିର୍ମାତା ସୁଜତା ବିଜୟକୁମାରଙ୍କ ଝିଅ ଆରତୀଙ୍କୁ ବିବାହ କରିଥିଲେ । ଆରତୀ ସ୍କଟଲ୍ୟାଣ୍ଡରେ ଅଧ୍ୟୟନ କରୁଥିବାବେଳେ ସେମାନେ ନିକଟତର ହୋଇଥିଲେ ଏବଂ ପରସ୍ପରକୁ ଜାଣିବାର ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ଶେଷରେ ସେମାନେ ବିବାହ କଲେ । ଏହି ଦମ୍ପତିଙ୍କର ଦୁଇ ପୁଅ ଆରାଭ ଏବଂ ଆୟାନ୍ ଅଛନ୍ତି ।

Leave a Reply

Your email address will not be published. Required fields are marked *