Pratidin TV

Odisha's Digital News Platform

ବାନ୍ଧବୀକୁ ବିବାହ କରିବା ପାଇଁ ପରିବର୍ତ୍ତନ କରିଥିଲେ ଲିଙ୍ଗ,ହେଲେ ଜିଅନ୍ତା ପୋଡ଼ି ମାରିଦେଲେ ସହପାଠୀ…

1 min read

ଚେନ୍ନାଇ: ଜନ୍ମ ଦିନରେ ବାନ୍ଧବୀକୁ ନିର୍ମମ ହତ୍ୟା । ସ୍କୁଲ ବେଳର ସାଥୀକୁ କରିଥାନ୍ତେ ବିବାହ । ଦୁଇଜଣ ଝିଅ ହୋଇଥିଲା ବେଳେ ତାଙ୍କ ମଧ୍ୟରେ ଗଢି ଉଠିଥିଲା ସମ୍ପର୍କ । ଆଉ ବୈବାହିକ ଜୀବନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ବାନ୍ଧବି ନିଜର ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । ହେଲେ ଏମିତି କଣ ହେଲା ଯେ ନିଜର ୨୪ ବର୍ଷିୟା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ତାଙ୍କ ସହପାଠୀ ହତ୍ୟା କରିଥିଲେ । ଏଭଳି ଏକ ଭୟଙ୍କର ଘଟଣା ଘଟିଛି ଚେନ୍ନାଇର ଏକ ଶାନ୍ତ ଦକ୍ଷିଣ ଉପକଣ୍ଠ କେଲାମ୍ବାକ୍କାମ ନିକଟ ଥାଲାମବୁରରେ । ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଚେନ୍‌ରେ ବାନ୍ଧି ଶରୀରକୁ ଆଘାତ କରିବା ସହ ଜିଅନ୍ତା ପୋଡ଼ି ମାରି ଦେଇଥିଲେ ତାଙ୍କ ସ୍କୁଲ୍ ବେଳର ବାନ୍ଧବୀ ବେତ୍ରିମାରାନ୍ ଛଦ୍ମନାମ ପାଣ୍ଡିଆ ମହେଶ୍ୱରୀ ।

ସୂଚନା ମୁତାବକ ଶନିବାର ଦିନ ଇଞ୍ଜିନିୟର ଯୁବତୀ ନନ୍ଦିନୀଙ୍କର ୨୬ତମ ଜନ୍ମଦିନ ଥିଲା । ନନ୍ଦୀନି ଚେନ୍ନାଇରେ ମାମୁଙ୍କ ପାଖରେ ରହୁଥିଲେ । ଶନିବାର ଦିନ ବେତ୍ରିମାରନ୍ ନନ୍ଦୀନିଙ୍କୁ ଫୋନ୍ କରି ଡକାଇଲେ । ପରେ ଦୁହେଁ ସପିଂ କରି ଘରକୁ ଫେରୁଥିଲେ । ହେଲେ ଘରକୁ ଯିବା ବାଟରେ ପୋନ୍‌ମାର ଅଞ୍ଚଳର ଗୋଟାଏ ନିଛାଟିଆ ଜାଗାରେ ବେତ୍ରିମାରନ୍ ଗାଡ଼ି ଅଟକାଇଲେ । ଫଟୋ ପାଇଁ ପୋଜ୍ ଦେବାକୁ ନନ୍ଦୀନିଙ୍କୁ କହିଲେ । ତା’ପରେ ବେତ୍ରିମାନ୍ ବାଇକ୍‌ରେ ଆଣିଥିବା ଚେନ୍‌ରେ ନନ୍ଦୀନିଙ୍କ ଦୁଇହାତ ଓ ଗୋଡ଼ ବାନ୍ଧି ପକାଇ କହିଲେ କି, ସେ ମଜାରେ ଏମିତି କରୁଛନ୍ତି । ଚେନ୍ ଖୋଲିବାକୁ ନନ୍ଦୀନି ଯେତେ ଅନୁରୋଧ କଲେ ବି ବେତ୍ରିମାରନ୍ ଖୋଲିଲେ ନାହିଁ । ଓଲଟି ଗୋଟାଏ ବ୍ଲେଡ୍‌ରେ ନନ୍ଦୀନିଙ୍କ ବେକ ଓ ହାତକୁ ଆଘାତ କରିଲେ। ପରେ ସାଙ୍ଗରେ ଆଣିଥିବା ପେଟ୍ରୋଲ୍ ନନ୍ଦୀନିଙ୍କ ଉପରେ ପକାଇ ନିଆଁ ଲଗାଇ ଘଟଣାସ୍ଥଳରୁ ଖସି ପଳାଇ ଗଲେ ।

Advertisement

କିଛି ସମୟରେ ପରେ ନନ୍ଦୀନିଙ୍କୁ ଏଭଳି ଅବସ୍ଥାରେ ଦେଖି କେତେକ ଲୋକ ପୁଲିସକୁ ଖବର ଦେଲେ । ମୃତ୍ୟୁ ପୂର୍ବରୁ ନନ୍ଦୀନି ପୁଲିସକୁ ବେତ୍ରିମାରନ୍‌ଙ୍କର ଫୋନ୍ ନମ୍ବର ଦେଇଥିଲେ । ପୁଲିସ ସେ ନମ୍ବରକୁ ଫୋନ୍ କରିବାରୁ ବେତ୍ରିମାରନ୍ ଘଟଣାସ୍ଥଳକୁ ଆସି ନନ୍ଦୀନିର ସାଙ୍ଗ ବୋଲି ପରିଚୟ ଦେଲେ । ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହିତ ମିଶି ନନ୍ଦୀନିର ଶବ ନେଇ କ୍ରୋମ୍‌ପେଟ୍ ଡାକ୍ତରଖାନାକୁ ବି ଗଲେ । ତା’ପରେ ବେତ୍ରିମାରନ୍ ଫେରାର ହୋଇଗଲେ । ପ୍ରକୃତ କଥା ଜାଣିବା ପରେ ରବିବାର ଦିନ ତଦନ୍ତକାରୀମାନେ ବ୍ରେତିମାରନ୍‌ଙ୍କୁ ଧରିଲେ । ବର୍ତ୍ତମାନ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି । ପୋଲିସର ସୂଚନାନୁସାରେ, ନନ୍ଦିନୀ ଅନ୍ୟମାନଙ୍କ ପ୍ରତି ଆଗ୍ରହ ଥିବା ବେଳେ ବେତ୍ରିମାରନ ଏଭଳି ଘୃଣ୍ୟ କାର୍ଯ୍ୟ ଘଟାଇଥିବା ସନ୍ଦେହ କରାଯାଇଛି ।

Leave a Reply

Your email address will not be published. Required fields are marked *