Pratidin TV

Odisha's Digital News Platform

ସ୍ୱାମୀଙ୍କୁ ଛାଡପତ୍ର ଦେଇ ଖୁସିରେ ଫଟୋସୁଟ୍ କଲେ ଟିଭି ଆକ୍ଟ୍ରେସ୍ , କହିଲେ କିପରି ଗର୍ବବତୀ ଥିବା ଅବସ୍ଥାରେ …

ଚେନ୍ନାଇ : ଆଜିର ପିଢୀ ନିଜର ବହୁତ ଭଲଦିନ ବା ଖୁସିର ଦିନକୁ ସବୁଦିନ ଛବିରେ କଏଦ କରି ରଖିବା ପାଇଁ ବିଭିନ୍ନ ସମୟରେ ଫଟୋସୁଟ୍ କରିଥାନ୍ତି । ଯେପରିକି ବିବାହ,ବ୍ରତଘର,ଜନ୍ମଦିନ,କଲେଜ୍ ଫକ୍ସନ ଇତ୍ୟାଦି । ଆଜିକାଲି ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ୍ ପୋଷ୍ଟ ୱେଡିଙ୍ଗ୍ ଇତ୍ୟାଦି ଫଟୋସୁଟ୍ ଟ୍ରେଡିଙ୍ଗ୍ ଚାଲିଥିବା ବେଳେ ନିକଟରେ କିନ୍ତୁ ଜଣେ ଟିଭି ଆକ୍ଟ୍ରେସ୍ / ଅଭିନେତ୍ରୀ ନିଜର ଛାଡପତ୍ର ଖୁସିରେ ଫଟୋସୁଟ୍ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଛାଡପତ୍ର ଫଟୋ ସୁଟ୍ ସୋସିଆଲ ମିଡିଆରେ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।ନିଜ ଛାଡପତ୍ରକୁ ନେଇ ତାମିଲ ସିରିଏଲ ଅଭିନେତ୍ରୀ ଅନେକ କଥା ମଧ୍ୟ କହିଛନ୍ତି ଯେ ଯଦି ତୁମେ ଛାଡପତ୍ର ପାଇବ, ଘର ଭିତରେ କାନ୍ଦ ନାହିଁ, ଏହା ଏକ ସଫଳତା ନୁହେଁ ବରଂ ତୁମେ ମୁକ୍ତି ପାଇଗଲ ବୋଲି ଭାବ ।

ଆଜିର ଦ୍ରୁତ ଗତିଶୀଳ ଦୁନିଆରେ, ଅନେକ ଲୋକ ନିଜ ଜୀବନରେ ଅବିସ୍ମରଣୀୟ ମୂହୁର୍ତ୍ତ ବୋଲି ଭାବୁଥିବା ଫଟୋଗ୍ରାଫି କରିବାକୁ ଏବଂ ଏହାକୁ ଏକ ଅନୁଭୂତିରେ ପରିଣତ କରିବାକୁ ଆଗ୍ରହୀ । ସେପରି ଭାବରେ ସିରିଏଲ ଅଭିନେତ୍ରୀ ଶାଲିନି ତାଙ୍କ ଛାଡପତ୍ରକୁ ପାଳନ କରିଥିଲେ । ଏହି ଫଟୋଗୁଡ଼ିକ ବର୍ତ୍ତମାନ ଝଡ଼ ଭଳି ଇଣ୍ଟରନେଟ୍ ଖେଳିଯାଇଛି ।ଅନେକ ଲୋକ ମନ୍ତବ୍ୟ ଦେଉଛନ୍ତି ଯେ ପ୍ରାରମ୍ଭିକ ଅବସ୍ଥାରେ ମହିଳାମାନଙ୍କର ସ୍ୱାଧୀନତା ନଥିଲା, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ, ତାଙ୍କ ଦ୍ୱାରା ନିଆଯାଇଥିବା ଫଟୋ ସୁଟ୍ ରେ ମହିଳାଙ୍କ ସ୍ୱାଧୀନତା ସାମ୍ନାକୁ ଆସିଛି । ସିରିଏଲ ଅଭିନେତ୍ରୀ ଶାଲିନି (ଜୀ ତାମିଲ ସିରିଏଲ ମୁଲୁମ୍ ମଲାରମ୍ )ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । କେବଳ ସେତିକି ନୁହେଁ ସେ ଅନେକ ରିଆଲିଟି ସୋରେ ମଧ୍ୟ ଭାଗ ନେଇଛନ୍ତି। ଏପରିକି ନିକଟରେ ସେ ଏବଂ ତାଙ୍କ କୁନି ଝିଅ ରିୟା ଜି ତାମିଲର ସୋ (ସୁପରମମ)ରେ ଉପସ୍ଥିତ ଥିଲେ।

ତେବେ ଅଭିନେତ୍ରୀ ଶାଲିନୀଙ୍କ ଏହା ହେଉଛି ୨ୟ ଛାଡପତ୍ର । ତାଙ୍କର ପୂର୍ବ ବିବାହର କିଛି ମାସ ଭିତରେ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇଥିଲା । ଯାହା ଫଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସହମତିରେ ଛାଡପତ୍ର ହୋଇଯାଇଥିଲା । ଏହାପରେ ଶାଲିନୀ ଏକୁଟିଆ ରହୁଥିଲେ ଏବା ସେହି ସମୟରେ ରିଆଜ ନାମକ ଜଣେ ଯୁବକ ଶାଲିନୀଙ୍କୁ ବନ୍ଧୁତାର ହାତ ବଢାଇଥିଲେ । ରିଆଜ ତାଙ୍କୁ ପ୍ରଥମେ ଜଣେ ପ୍ରଶଂସକ ରୂପରେ ଭେଟିଥିଲେ । ଏହାପରେ ବନ୍ଦୂତା ସ୍ଥାପନ କରିଥିଲେ ଏବଂ ପରେ ଶାଲିନୀଙ୍କୁ ବିବାହ ପାଇଁ ପ୍ରସ୍ଥାବ ଦେଇଥିଲେ । ଶାଲିନୀଙ୍କୁ ବିବାହ କରିବା ପୂର୍ବରୁ ରିଆଜ ମଧ୍ୟ ବିବାହିତ ଥିଲେ ଏବଂ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇସାରିଛନ୍ତି ବୋଲି ଶାଲିନୀଙ୍କୁ କହିଥିଲେ ।

କିନ୍ତୁ ଶାଲିନୀଙ୍‌ୁ ବିବାହ ପରେ ମଧ୍ୟ ରିଆଜ ଅନ୍ୟ ଝିଅମାନଙ୍କ ସହ ସମ୍ପକ ରଖିଥିଲେ ଯାହା ଅଧିକ ଦିନ ପର୍ଯ୍ୟନ୍ତ ଶାଲିନୀଙ୍କ ନଜରରୁ ଲୁଚିନଥିଲା । ଏହାପରେ ଶାଲିନୀ ଗର୍ଭବତୀ ଥିବା ଅବସ୍ଥାରେ ରିଆଜ ତାଙ୍କୁ ପିଟାପିଟି କରୁଥିବା ଅଭିଯୋଗ ମଧ୍ୟ କରିଥିଲେ । ଏସବୁ ସହିବାପରେ ଶାଲିନୀ ନିଜ ଝିଅର ଭଲ ଭବିଷ୍ୟତ ଏବଂ ଏକ ମୁକ୍ତ ଜୀବନ ବଞ୍ଚିବା ପାଇଁ ରିଆଜଙ୍କୁ ଛାଡପତ୍ର ଦେବାକୁ ସ୍ଥିର କରିଥିଲେ । ଏବବଂ ଦୀର୍ଘ ୭ ବର୍ଷ ପରେ ସେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଏହି ଖୁସିରେ ଶାଲିନୀ ଭାରତର ପ୍ରଥମ ମହିଳା ଅଭିନେତ୍ରୀ ଭାବରେ ଛାଡପତ୍ର ଫଟୋସୁଟ୍ କରିଛନ୍ତି ।

ଏନେଇ ଶାଲିନୀ କହିଛନ୍ତି ଯେ , ଯେଉଁମାନେ ଏଭଳି ପରିସ୍ଥିତିର ସମ୍ମୁଖିନ ହେଉଛ । ତେବେ ଛାଡିଦିଅ ସେସବୁ ମୁକ୍ତ ହୁଅ , ନିଜେ ଖୁସିରେ ବଞ୍ଚ । ଚଳିବ ଯଦି ତୁମେ ଗୋଟେ ଖରାପ ବିବାହର ସମ୍ପକକୁ ଭାଙ୍ଗିଦେବ । ତୁମ ଜୀବନକୁ ନିୟନ୍ତ୍ରଣ କର ଏବଂ ତୁମ ଏବଂ ପିଲାମାନଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ କର । ସେ ଆଉ ମଧ୍ୟ କହିଛନ୍ତି ଯେ ଛାଡପତ୍ର ଏକ ବିଫଳତା ନୁହେଁ, ଏହା ଆପଣଙ୍କ ପାଇଁ ଏକ ମୋଡ଼ ଅଟେ । ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ପାଇଁ ରାସ୍ତା ପ୍ରସ୍ତୁତ କରିବା । ବିବାହଠାରୁ ଦୂରେଇ ଏକାକୀ ଠିଆ ହେବା ପାଇଁ ବହୁତ ସାହସ ଦରକାର । ତେଣୁ ସେ ସେଠାରେ ଥିବା ସମସ୍ତ ସାହସୀ ମହିଳାଙ୍କୁ ଉତ୍ସର୍ଗ କରୁଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *