ରାଜାଧିରାଜ ବର୍ଗରେ ସ୍ୱତନ୍ତ୍ର ପେଣ୍ଡାଣ୍ଟ ଓ ରିଙ୍ଗ ବର୍ଗମାଳା ଉନ୍ମୋଚିତ
1 min readଭୁବନେଶ୍ୱର: ଟାଟା ପକ୍ଷରୁ ଭାରତର ସର୍ବବୃହତ ଗହଣା ରିଟେଲ୍ ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୈବିକ ମହିମାକୁ ପାଳନ କରିବା ଲାଗି ପବିତ୍ର ରଥଯାତ୍ରା ଅବସରରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାର ‘ରାଜାଧୀରାଜ’ ଉନ୍ମୋଚନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭୁବନେଶ୍ୱରର ଜୟଦେବବିହାର ସ୍ଥିତ ନନ୍ଦନକାନନ ରୋଡ୍ରେ ଥିବା ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ରେ ଏହି ସମ୍ଭାରକୁ ଚର୍ଚ୍ଚିତ ନାୟିକା ପ୍ରକୃତି ମିଶ୍ରଙ୍କ ସମେତ ଟାଇଟାନ୍ କଂପାନି ଲିମିଟେଡ୍ର ଆଂଚଳିକ ବ୍ୟବସାୟ ପ୍ରବନ୍ଧକ-ପୂର୍ବାଂଚଳ ଆଲୋକ ରଂଜନ ଓ ଟାଇଟାନ୍ କଂପାନି ଲିମିଟେଡ୍ର ମହାପ୍ରବନ୍ଧକ-ମାର୍କେଟିଂ, ତନିସ୍କ ମିସ୍ ରଞ୍ଜନୀ କ୍ରିଷ୍ଣସ୍ୱାମୀଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଛି ।
ଗ୍ରାହକମାନଙ୍କ ଉତ୍ସବ ଖୁସିକୁ ବଢ଼ାଇବା ପାଇଁ ତନିସ୍କ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଅଫର୍ ମଧ୍ୟ ଘୋଷଣା କରାଯାଇଛି । ହୀରା ଗହଣା ମୂଲ୍ୟ ଓ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ତନିସ୍କ ପକ୍ଷରୁ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଅଫର୍ ସାରା ଓଡ଼ିଶାରେ ଥିବା ସମସ୍ତ ତନିସ୍କ ଷ୍ଟୋର୍ରେ ବୈଧ ରହିଛି । ଅଫର୍ କେବଳ ସୀମିତ ସମୟ ପାଇଁ ବୈଧ ରହିବ ।
ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଟାଇଟାନ୍ କଂପାନି ଲିମିଟେଡ୍ର ଆଂଚଳିକ ବ୍ୟବସାୟ ପ୍ରବନ୍ଧକ-ପୂର୍ବାଂଚଳ ଆଲୋକ ରଂଜନ କହିଛନ୍ତି ଯେ, “ପବିତ୍ର ରଥଯାତ୍ରା ଉତ୍ସବ ସବୁଠୁ ଶ୍ରଦ୍ଧେୟ ଉତ୍ସବ ଯାହାକୁ ଶ୍ରଦ୍ଧାଳୁମାନେ ପୁରାଣ ସମୟରୁ ପାଳନ କରୁଛନ୍ତି । ଏହି ରଥଯାତ୍ରା ଉତ୍ସବରେ ନିଜ ଭିତରର ଶକ୍ତିକୁ ଜାଗ୍ରତ କରିବା, ନିଜର ବାସ୍ତବ ସମ୍ଭାବନାକୁ ଜାଣିବା ଏବଂ ଆଶା ଓ ଦୃଢ଼ତାର ଗହଣା ପରିଧାନ କରି ଘରକୁ ସମୃଦ୍ଧି ଆଣିବା ଲାଗି ଅମେ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ ।