Pratidin TV

Odisha's Digital News Platform

ବିଦେଶୀ ବୟଫ୍ରେଣ୍ଡଙ୍କ ସହ ବିବାହ କରିଦେଲେ ତାପସୀ ! ଉଦୟପୁରରେ ନେଲେ ସାତଫେରା ..

1 min read

ଏବେ ରିଏଲ ଲାଇଫ ରେ କନିଆଁ ସାଜିଲେ ତାପସି । ଦୀର୍ଘ ଦିନର ପ୍ରେମିକକୁ ବାହା ହୋଇଗଲେ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁ । ଏବେ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଚର୍ଚ୍ଚାର ଶିରୋନାମା ପାଲଟିଛି । ଗତ ଦଶ ବର୍ଷ ଧରି ଡେଟିଂ କରୁଥିବା ଏହି ଦମ୍ପତି ମାର୍ଚ୍ଚରେ ବିବାହ କରିବାକୁ ଯାଉଥିଲେ , ତେବେ ରିପୋର୍ଟ ଅନୁଯାୟୀ, ତାପସୀ ପନ୍ନୁ ଏବଂ ମୈଥିୟାସ ବୋ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ତାପସୀ ପନ୍ନୁ ତାଙ୍କର ଦୀର୍ଘ ଦିନର ପ୍ରେମିକ ବୋଙ୍କୁ ମାର୍ଚ୍ଚ ୨୩ରେ ବିବାହ କରିଛନ୍ତି । ଏହି ଦମ୍ପତି ବଲିଉଡର ପ୍ରିୟ ୱେଡିଂ ଡେଷ୍ଟିନେଶନ ଉଦୟପୁରରେ ବିବାହ କରିଛନ୍ତି । ଅଭିନେତ୍ରୀ ଏବଂ ପୂର୍ବତନ ଅଲିମ୍ପିକ ପଦକ ବିଜେତା ବୋ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଥିବା କୁହାଯାଉଛି । ଏକ ସୂତ୍ରରୁ ପ୍ରକାଶଯେ , ବିବାହ ଉଦୟପୁରରେ ହୋଇଥିଲା ଏବଂ ଏହା ଅତ୍ୟନ୍ତ ଅନ୍ତରଙ୍ଗ ସମ୍ପର୍କ ଥିଲା ।

Advertisement

ମାର୍ଚ୍ଚ ୨୦ରେ ବିବାହ ପୂର୍ବର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଦମ୍ପତି ସେମାନଙ୍କ ବିବାହରେ କୌଣସି ଗଣମାଧ୍ୟମକୁ ଖବର ଦେଇ ନ ଥିଲେ । କାରଣ ଉଭୟ ମିଡିଆ ଏବଂ ଲାଇମଲାଇଟଠାରୁ ଦୂରରେ ରୁହନ୍ତି ଏହି ଦମ୍ପତି । ତାହା ସହ ଏହି ବିବାହରେ କେହି ବଲିଉଡ ସେଲିବ୍ରିଟି ଯୋଗ ଦେଇନଥିଲେ । ଏହି ଅଭିନେତ୍ରୀ କେବଳ ଇଣ୍ଡଷ୍ଟ୍ରିର ତାଙ୍କର ଘନିଷ୍ଠ ବନ୍ଧୁ ଅନୁରାଗ କାଶ୍ୟପ ଏବଂ କନିକା ଦିଲ୍ଲୋଙ୍କୁ ନିମନ୍ତ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *