Pratidin TV

Odisha's Digital News Platform

ଚର୍ଚ୍ଚାରେ ତାପସି ମହାନ୍ତି….୧୨ ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କୁ କରାଇଲେ ରୋଜଗାରର କ୍ଷମତା

1 min read

ହଜାର ହଜାର ମହିଳାଙ୍କୁ ହସ୍ତଶିଳ୍ପ ଶିକ୍ଷା ଦେଇ ଚର୍ଚ୍ଚାରେ କଟକର ତାପଶି ମହାନ୍ତି । ୨୦୦୫ ମସିହାରୁ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ହସ୍ତ କଳା ଶିଖାଇ କରାଇଛନ୍ତି ସ୍ୱାବଲମ୍ବୀ । ତାପସିଙ୍କ ଠାରୁ ବିଭିନ୍ନ ପ୍ରକାରର ହସ୍ତକଳା ଶିଖି ମହିଳାମାନେ ହୋଇପାରିଛନ୍ତି ରୋଜଗାରକ୍ଷମ । ନିଜ ଖର୍ଚ୍ଚ ତୁଲାଇବା ସହ ପରିବାର ଚଳାଇବାରେ ହାତ ବଢ଼ାଇ ପାରୁଛନ୍ତି ଏହି ସ୍ୱାବଲମ୍ବୀ ମହିଳା ।

ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ମହିଳାମାନଙ୍କୁ ଆଗକୁ ନେବା,ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସ୍ତରରେ ପରିବର୍ତ୍ତନ କରିବା ନାରୀ ସଶକ୍ତି କରଣର ମୁଖ୍ୟ ଉଦ୍ଦେଶ୍ୟ।।ଯେଉଁ ମହିଳା ଦିନ ଘରର ଚାରି କାନ୍ଥ ଭିତରେ ଥିଲେ ସେମାନେ ଆଜି ନିଜକୁ ବିକଶିତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ମହିଳା ମାନେ ମତବ୍ୟକ୍ତ କରିଛନ୍ତି । ଯେଉଁଥି ଲାଗି ନାରୀ ସଶକ୍ତି କରଣ ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ସେହିଭଳି ଜଣେ ଅସାଧାରଣ ଦକ୍ଷତା ଥିବା ମହିଳା ହେଉଛନ୍ତି କଟକ ର ତାପଶୀ ମହାନ୍ତି । କଟକ ସ୍ଥିତ ସିଆରଆରଆଇ ନିବାସୀ ତାପସି ଜଣେ ଡିଜାଇନର, ଭାରତ ସରକାରଙ୍କ ବୟନ ଓ ହସ୍ତତନ୍ତ ବିଭାଗର ଜଣେ ପଞ୍ଜୀକୃତ ଡିଜାଇନର ଭାବରେ ଆଜିକୁ ପ୍ରାୟ ୨୦ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ମାନଙ୍କୁ ହସ୍ତତନ୍ତ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୨ ହଜାର ରୁ ଉର୍ଦ୍ଧ୍ବ ମହିଳା ତାଙ୍କ ପାଖରୁ ହସ୍ତତନ୍ତ ପ୍ରଶିକ୍ଷଣ ନେଇ ସ୍ବାବଲମ୍ବୀ ହେବା ସହ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

Advertisement

ବାଉଁଶ,ତାଳପତ୍ର, କାଠ, ବେତ,ନଡ଼ିଆ କତା,କପଡା ଭଳି ବିଭିନ୍ନ ଜିନିଷରେ ବେଶ୍ କିଛି ଉପଯୋଗୀ ଗୃହପିକରଣ ତଥା ସାଜସଜ୍ଜା ଜିନିଷରେ ମାହିର ତାପସୀ । ବୟନ ଶିଳ୍ପ ର ବିଭିନ୍ନ ଡିଜାଇନ୍ ରେ ମଧ୍ୟ ମହିଳା ମାନଙ୍କୁ ଟ୍ରେନିଂ ଦେଇ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି, ଯେଉଁଥି ପାଇଁ ତାଙ୍କୁ ମିଳିଛି ଅଜସ୍ର ସମ୍ମାନ ଓ ପୁରସ୍କାର । 2005 ରୁ ମହିଳା ମାନଙ୍କୁ ଟ୍ରେନି ଦେଇ ସ୍ୱାବଲମ୍ବୀ କରିବା ପାଇଁ କାର୍ଯ୍ୟ କରିଥାନ୍ତି । ମହିଳାମାନେ ଚାନ୍ଦୁଆ , କାଇଞ୍ଚ କାମ , ବାମ୍ବୋ ଓ ବେତ କାମ , ପଟ୍ଟଚିତ୍ର କାମ , ଶାଢ଼ୀ ଡିଜାଇନ କାମ ଭଳି ବିଭିନ୍ନ କାର୍ଯ୍ୟର ଶିକ୍ଷା ଗ୍ରହଣ କରିଥାନ୍ତି । ଏହି ସବୁ ଜିନିଷ ମାନଙ୍କୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଷ୍ଟାଇଲିଷ୍ଟ ହସ୍ତ କାର୍ଯ୍ୟ କରି ବିକ୍ରି କରିଥାନ୍ତି ମହିଳାମାନେ । ବାଲିଯାତ୍ରା ହେଉ ଅବା ବିଭିନ୍ନ ମେଳା ରେ ଏହି ହସ୍ତ ଶିଳ୍ପ କୁ ବିକ୍ରି କରି ରୋଜଗାର କରିପାରୁଛନ୍ତି ଏହି ମହିଳା । ସରକାର ମଧ୍ୟ SHG ମହିଳା ମାନଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି ।

ଆନ୍ତର୍ଜାତୀୟ ମହିଳା ଦିବସ ରେ ତାପସିଙ୍କ ଭଳି ଉଦାହରଣ ବହୁତ କମ ଆଜିର ସମାଜ ଦେଖିବାକୁ ମିଳିଥାଏ । ତାପସିଙ୍କ ଅଦମ୍ୟ ଚେଷ୍ଟା ଯୋଗୁଁ ଆଜି ହଜାର ହଜାର ମହିଳା ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *