କାନାଡ଼ାରେ ଟାର୍ଗେଟ କିଲିଂ, ଗୁଳି କରି ଭାରତୀୟ ଛାତ୍ରଙ୍କ ହତ୍ୟା
1 min readପୁଣି ବିଦେଶରେ ଗଡ଼ିଲା ଆଉ ଜଣେ ଭାରତୀୟଙ୍କ ମୁଣ୍ଡ | କାନାଡ଼ା ପଢ଼ୁଥିବା ଭାରତୀୟ ଛାତ୍ରଙ୍କ ହତ୍ୟା | ମୃତ ଛାତ୍ର ଜଣକ ହେଲେ ଯୁବରାଜ ଗୋଏଲ। ଯୁବରାଜଙ୍କୁ ଟାର୍ଗେଟ୍ କରି ଗୁଳି ମାଡ କରାଯାଇଛି | ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରି ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି |
ସୂଚନା ଅନୁଯାୟୀ ଜୁନ ୭ ତାରିଖ ସକାଳେ କିଛି ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ | ପରେ ସୁରେ ପୁଲିସ ବ୍ରିଟିଶ କଲମ୍ବିଆର ସୁରେସ୍ଥିତ ୧୬୪ ଷ୍ଟ୍ରିଟ୍ର ୯୦୦-ବ୍ଲକରେ ଗୁଳି ବିନିମୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ | ସେଠାରେ ପହଞ୍ଚି ଅଧିକାରୀମାନେ ଯୁବରାଜଙ୍କ ମୃତଦେହ ଉଦ୍ଧାର କରିଥିଲେ | ତଦନ୍ତ ସମୟରେ ୪ ଜଣ ସନ୍ଦିଗ୍ଧଙ୍କୁ କରିଥିଲେ ଗିରଫ |
ତେବେ ସୂଚନା ଅନୁଯାୟୀ, ୨୮ ବର୍ଷୀୟ ଯୁବରାଜ ଜଣେ ସେଲ୍ ଏକ୍ଜିକ୍ୟୁଟିଭ୍ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପିତା ରାଜେଶ ଗୋୟଲ ଏକ କାଠ ବ୍ୟବସାୟ କରୁଥିବାବେଳେ ତାଙ୍କ ମା ଶକୁନ ଗୋୟଲ ଜଣେ ଗୃହିଣୀ ଅଟନ୍ତି। ସେ ପଞ୍ଜାବ ଲୁଧିଆନାରାର ବ୍ୟକ୍ତି | ସେ ୨୦୧୯ ମସିହାରେ ଭିସା ନେଇ କାନାଡାରେ ପହଞ୍ଚିଥିଲେ ଏବଂ ନିକଟରେ ସେ କାନଡୀୟ ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇଥିଲେ।
ତେବେ ଯୁବରାଜଙ୍କର କୌଣସି ଅପରାଧିକ ରେକର୍ଡ ନଥିବା ଜଣାପଡିଥିଲା ଏବଂ ତାଙ୍କ ହତ୍ୟାକାଣ୍ଡର କାରଣ ଜାଣିବାକୁ ଅନୁସନ୍ଧାନ ଜାରି ରହିଛି ବୋଲି ରୟାଲ କାନାଡୀୟ ପୁଲିସ କହିଛି।