Pratidin TV

Odisha's Digital News Platform

ରାହୁଲଙ୍କୁ ଟାର୍ଗେଟ କରିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ କଂଗ୍ରେସ ଛଟପଟ ହେଉଛି

1 min read

ଆଜି ଲୋକସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅବସରରେ ଗୃହରେ ପ୍ରଧାନମନ୍ତ୍ରୀ କହିଛନ୍ତି | ଏହାସହ ରାହୁଲ ଗାନ୍ଧୀଙ୍କୁ କଡା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ସରକାରଙ୍କୁ କଡା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିଛନ୍ତି | ଏହାପୂର୍ବରୁ NDA ବୈଠକରେ ଗତକାଲି ସଂସଦର ହଙ୍ଗାମା ଏବଂ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ |

ସୂଚନା ଅନୁଯାୟୀ, ସଂସଦରେ ଲୋକସଭା ଅଧିବେଶନ ଜାରି ରହିଛି | ଆଜିର ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ NDA ର ସଂସଦୀୟ ବୈଠକ କରାଯାଇଥିଲା | ପାର୍ଲାମେଣ୍ଟ ଅଧିବେଶନ ଭିତରେ ପ୍ରଥମ ଥର ପାଇଁ ଏହି ବୈଠକ ଡକାଯାଇଥିଲା | ଏଠାରେ ବିସ୍ତୃତ ରଣନୀତି ପ୍ରସ୍ତୁତ କରାଯାଇଥିଲା | ତେବେ NDA ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମପି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇ କହିଛନ୍ତି, ଆପଣମାନଙ୍କୁ ଭଲ ବ୍ୟବହାର କରିବା ଆବଶ୍ୟକ | ଜଣେ ଚା ବିକାଳୀ କିପରି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଗଲେ ସେଥିପାଇଁ କଂଗ୍ରେସ ନେତା ଛଟପଟ ହେଉଛନ୍ତି | ଏଥିସହ ରାହୁଲ ଗାନ୍ଧୀଙ୍କ ବ୍ୟବହାରକୁ ଖରାପ ଦର୍ଶାଇ NDA ସଂସଦ ମାନଙ୍କୁ କହିଛନ୍ତି, ଆପଣମାନେ ତାଙ୍କ ପରି ବ୍ୟବହାର ନ କରି ଭଲ ଆଚରଣ କରନ୍ତୁ | ଯେକୌଣସି ପ୍ରସଙ୍ଗକୁ ଭଲ ଭାବରେ ବିସ୍ତାର କରିବାକୁ ଚେଷ୍ଟା କରନ୍ତୁ | ଏହାସହ କହିବା ପୂର୍ବରୁ ଭଲରେ ପଢି ଆସନ୍ତୁ ବୋଲି ମୋଦି ପରାମର୍ଶ ଦେଇଥିଲେ |

Advertisement

ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ସେମାନଙ୍କୁ ପିଏମ ସଂଗ୍ରହାଳୟ ଯିବା ଆବଶ୍ୟକ ଏବଂ ସେଠାରେ ପୂର୍ବ ସରକାରଙ୍କ କାର୍ଯ୍ୟକଳାପ ଜାଣିବା ଜରୁରୀ ଅଟେ | ସେ ଆହୁରି କହିଛନ୍ତି, ପ୍ରତ୍ୟକ ସଂସଦ ନିଜ ନିଜ କ୍ଷେତ୍ରରେ ଜନସାଧାରଙ୍କ ସହ ସମ୍ପର୍କରେ ରହିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଥିବା ସମସ୍ତ ଯୋଜନା ବିଷୟରେ ସେମାନଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *