Pratidin TV

Odisha's Digital News Platform

ଅର୍ଥନୌତିକ ଓ ରାଜନୌତିକ ସଙ୍କଟରେ ପାକିସ୍ତାନ , ପାକିସ୍ତାନର ଅର୍ଥନୀତି ଠାରୁ ଟପିଗଲା ଟାଟା ଗ୍ରୁପର ବଜାର ମୂଲ୍ୟ ..

ପାକିସ୍ତାନ ର ଜିଡିପିକୁ କାଟିଲା ଟାଟା ଗ୍ରୁପ୍ । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଟପିଯାଇଛି ଭାରତର ଟାଟା ଗ୍ରୁପ୍ । ଭାରତର ସବୁ ଘରେ ଘରେ ପରିଚିତ ଥିବା ଟାଟା ଗ୍ରୁପ୍ ବଜାର ମୂଲ୍ୟ ସମ୍ପୂର୍ଣ୍ଣ ପାକିସ୍ତାନ ଅର୍ଥନୀତିକୁ ପଛରେ ପକାଇ ଦେଇଛି । ପାକିସ୍ତାନର ମୋଟ ଜିଡିପିର ପରିମାଣ କେବଳ ୩୪୧ ଆରବ ଡଲାର ହେଇଥିବାବେଳେ, ଟାଟା ଗ୍ରୁପର ମୋଟ୍ ଅର୍ଥରାଶିର ପରିମାଣ ଏବେ ୩୬୫ ଆରବ ଡଲାରରେ ପହଞ୍ଚିଛି ।

ଆଉ ପାକିସ୍ତାନଠୁ ଅଧିକ ଧନୀ ହେଉଛି ଟାଟା ଗ୍ରୁପ । ତେବେ ଆର୍ଥିକ ସଙ୍କଟ ଭିତରେ ବୁଡି ରହିଛି ପାକିସ୍ତାନ । ଆଉ ଏହାରି ମଧ୍ୟରେ ଟାଟା ଗ୍ରୁପ୍ ର ସେୟାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଶେୟାର ବଜାରରେ ତାଲିକାଭୁକ୍ତ କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ଏକ ବର୍ଷରେ ବାମ୍ପ ରିଟର୍ନ ଦେଇଛନ୍ତି । ଯାହା ଫଳରେ ସେମାନଙ୍କ ମିଳିତ ମୂଲ୍ୟ ବର୍ତ୍ତମାନ ପାକିସ୍ତାନର ସମଗ୍ର ଅର୍ଥନୀତିଠାରୁ ଅଧିକ, । ଖାଲି ସେତିକି ନୁହେଁ, ଟାଟା ଗ୍ରୁପରେ ଥିବା ଟାଟା କନସଲଟାନ୍ସି ସର୍ଭିସ (ଟିସିଏସ୍‌)ର ବଜାର ମୂଲ୍ୟ କେବଳ ୧୭୦ ଆରବ ଡଲାରରେ ପହଞ୍ଚିଛି । ଯାହାକି ପାକିସ୍ତାନର ଅର୍ଥବ୍ୟବସ୍ଥାର ଅଧା ସହ ସମାନ । ତେବେ ଭାରତରେ ରିଲାଏନ୍ସ ପରେ ଏବେ ଏହା ଦ୍ୱିତୀୟ ବଡ କମ୍ପାନୀ ହେଇପାରିଛି ।

Leave a Reply

Your email address will not be published. Required fields are marked *