Pratidin TV

Odisha's Digital News Platform

(ଭିଡିଓ)ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା : ଆକାଶ ପାଠକଙ୍କ ବିଏମଡବ୍ଲ୍ୟୁ କାର ଜବତ୍..

1 min read

ଭୁବନେଶ୍ୱର : ଟାଟ କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା । ଗିରଫ୍ ହୋଇଥିବା ଆକାଶ ପାଠକଙ୍କ୍ ବିଏମ୍‌ଡବ୍ଲ୍ୟୁ କାର୍‌କୁ ଜବତ କରିଛି ଇଡି । ଏହି ବିଏମଡବ୍ଲ୍ୟୁ କୁ ୫ ଅକ୍ଟୋବର ୨୦୨୦ ରେ ଓଏସ୍‌ଏଲ୍ ଶୋ ରୁମ୍‌ରୁ କିଣିଥିଲେ ଆକାଶ୍ ।

ତେବେ ଆୟ ବର୍ହିଭୂତ ସର୍ମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଆଇଏଫ୍‌ଏସ୍ ଅଫିସର ଅଭୟ ପାଠକଙ୍କୁ ଭିଜିଲାନ୍ସ ବିଭାଗ ୨୭ ନଭେମ୍ବର ୨୦୨୦ ରେ ଗିରଫ୍ କରିଥିଲା । ଏହାପରେ ଅଭୟ ପାଠକଙ୍କୁ ଜେରା କରିବା ସମୟରେ ପୁଅ ଆକାଶ ପାଠକଙ୍କ ଗୁମର ଖୋଲିଥିଲା । ସେ ମଧ୍ୟ ଟାଟା କମ୍ପାନୀରେ ଚାକିରି କରେଇଦେବା ନେଇ ଯୁବକ ଯୁବତୀମାନଙ୍କୁ ଠକିଥିଲେ । ଏହା ସାମ୍ନାକୁ ଆସିବା ପରେ ପୁଅ ଆକାଶକୁ ମଧ୍ୟ ଭିଜିଲାନ୍ସ ଗିରଫ୍ କରିଥିଲା ।

Advertisement

ତେବେ ଆକାଶ କିଣିଥିବା ବିଏମଡବ୍ଲ୍ୟୁ ଗାଡି ତାଙ୍କ ଗିରଫ୍ ସମୟରେ ହଠାତ୍ କୁଆଡେ ଗାୟବ ହୋଇଯାଇଥିଲା । ଯାହାକୁ ବର୍ତ୍ତମାନ ରାଜ୍ୟ ବାହରୁ ଜବତ୍ କରିଛି ଇଡି । ଯାହାର ମୂଲ୍ୟ ପାଖାପାଖି ୮୦ ଲକ୍ଷ ଟଙ୍କା । ଏହା ପୂର୍ବରୁ ଆକାଶ ପାଠକଙ୍କ ବାପା ତଥା ଅବସର ପ୍ରାପ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କର ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଥିଲା।

Leave a Reply

Your email address will not be published. Required fields are marked *