Pratidin TV

Odisha's Digital News Platform

ଚୋର ସାଜିଛନ୍ତି ଟାଟା ପାୱାର କର୍ମଚାରୀ….

1 min read

ଭଦ୍ରକ ; ସାଧାରଣ ଉପଭୋକ୍ତା ଟିକେ ଭୁଲ କଲେ କଟାଯାଉଛି ତୁରନ୍ତ ଫାଇନ୍ । ଆଉ ଉପଭୋକ୍ତାଙ୍କ ଟିକେ ତୃଟିରେ ତତକ୍ଷଣାତ ବିଦ୍ୟୁତ ବିଛିନ୍ନ କରେ ଟାଟା ପାୱାର କିନ୍ତୁ ଟାଟା ପାୱାର କର୍ମଚାରି ଯାହା ଯାହା ନିକଟରେ କରିଛନ୍ତି କଣ ତାହା ଆଇନ ସମ୍ମତ କି?

ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆମ କ୍ୟାମେରା ଟିମ୍ ପହଁଚିଥିଲା ଭଦ୍ରକ ବ୍ଲକ ଚଣ୍ଡିଗାଁ ପଂଚାୟତର କୁଢ଼ଗମ୍ଭାର TPNDOLର ଅସ୍ଥାୟୀ ଶିବିରରେ । ଆମ ରିପୋଟର ଏବଂ କ୍ୟାମେରା ଭାଇଙ୍କୁ ଦେଖି ଗୃହ ମଧ୍ୟରେ ଥିବା ୪ ଜଣ ଯୁବକ କିଛି ବୁଝିପାରିନଥିଲେ । ଯେତେବେଳେ ଆମ କ୍ୟାମେରା ସୁଟିଂ କରିବା ଆରମ୍ଭ କଲା ସେତେବେଳେ ବାବୁ ମାନଙ୍କ ହୋଶ ଫେରିଥିଲା । ଗଣମାଧ୍ୟମ ପ୍ରତିନିଧି ଜାଣି ବାବୁ ମାନେ ବାହାରକୁ ପଲାଇ ଆସିଥିଲେ । କାହିଁକି ହୁକ୍ ପକାଇ ଚୋରାରେ ହିଟର ଜାଳୁଛନ୍ତି ଏବଂ କେତେଦିନ ହେଲା ଆପଣ ମାନେ ଏପରି କରୁଛନ୍ତି ପଚାରିବାରୁ ବାବୁ ମାନଙ୍କ ମୁହଁ ସଂପୂର୍ଣ୍ଣ ତଳକୁ ହୋଇଯାଇଥିଲା । କିଛି ଉତ୍ତର ନ ଦେଇ ଚୁପ ରହିଥିଲେ ବାବୁ ମାନେ । ତେବେ ଆପଣ ମାନେ କୁହନ୍ତୁ ଯଦି ଏହି ଭୁଲ ସାଧାରଣ ଉପଭୋକ୍ତା ଟିଏ କରିଥାନ୍ତେ । ତାହେଲେ ଆଜି ତାଙ୍କ ଅଵସ୍ଥା ଏମାନେ କଣ କରିଥାଆନ୍ତେ ତାହା ନକହିବା ଭଲ ।

Advertisement

ଏହି ବାବଦରେ ଯେତେବେଳେ ଆମେ ସେହି ଅଞ୍ଚଳ ଦାୟିତ୍ଵରେ TPNDOL ନିର୍ବାହୀ ଯନ୍ତ୍ରୀକୁ ଜଣାଇଥିଲୁ ବାବୁ କେବଳ ଭିଡିଓ ମାଗିଥିଲେ ଏବଂ ସବୁକିଛି ତନ ତନ କରି ଦେଖି ନିରବ ରହିଥିଲେ । ତେବେ ଏବେ କୁହନ୍ତୁ ବିଦ୍ୟୁତ ଚୋରି ରୋକୁଥିବା ବିଦ୍ୟୁତ ବିଭାଗ କର୍ମଚାରୀ ଯଦି ଖୋଦ ଚୋରି କରନ୍ତି ତେବେ ଏଠି ପୋଲିସ ହୋଇ ତାଙ୍କୁ କିଏ ଧରିବ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *