ନୂଆ ଅନ୍ଲାଇନ ପେମେଣ୍ଟ ଆପ ଆଣିବାକୁ ଯାଉଛି ଟାଟା , ଯାହାର ନାଁ ହେଉଛି ‘ଟାଟା ପେ’
1 min readଆଧୁନିକ ଯୁଗରେ ଅଧିକ ମାତ୍ରାରେ ଚାଲିଛି ଡିଜିଟାଲ ପେମେଣ୍ଟ । ବର୍ତ୍ତମାନ ଲୋକ କ୍ୟାସ ରଖିବା ବଦଳରେ ଅନଲାଇନ ପେମେଂଟ କରିବାକୁ ବେଶୀ ପସନ୍ଦ କରୁଛନ୍ତି । ଆଉ ଲୋକଙ୍କୁ ଏହି ସୁବିଧା ଦୀର୍ଘବର୍ଷରୁ ଯୋଗାଇ ଆସୁଛି ଫୋନ ପେ , ଗୁଗୁଲ ପେ , ପେଟିଏମ , ୟୁପିଏଇ । ତେବେ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଆଉ ଏକ ନାଁ । ଡିଜିଟାଲ ଆପ୍ ଦୁନିଆରେ ଖୁବଶୀଘ୍ର ଯୋଗଦେବାକୁ ଯାଉଛି ଆଉ ଏକ କମ୍ପାନୀ। ଟାଟ ଗ୍ରୁପ ଆଣିବାକୁ ଯାଉଛି ଡିଜିଟାଲ ପେମେଣ୍ଟ ଆପ। ଏଯାହାର ନାଁ ହେଉଛି ‘ଟାଟା ପେ’।
ତେବେ ଆଗାମୀ ସମୟରେ ‘ଗୁଗଲ-ପେ’ ଏବଂ ‘ଫୋନ-ପେ’କୁ କଡ଼ା ଟକ୍କର ଦେଇପାରେ ବୋଲି ଅନୁମାନ କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଟାଟା ଗ୍ରୁପ୍ର ଡିଜିଟାଲ୍ ପେମେଣ୍ଟ ଆପ୍ ‘ଟାଟା ପେମେଣ୍ଟ’କୁ ପେମେଣ୍ଟ ଏଗ୍ରିଗେଟର ଲାଇସେନ୍ସ ପ୍ରଦାନ କରିବା ପରେ ସ୍ପଷ୍ଟ ହୋଇଛି। ତେବେ ଏହାଦ୍ୱାରା କମ୍ପାନୀକୁ ଏହାର ପ୍ଲାଟଫର୍ମ ମାଧ୍ୟମରେ ଇ-କମର୍ସ କାରବାର କରିବା ସହଜ ହେବ। ଟାଟା ପେମେଣ୍ଟ ଗ୍ରୁପର ସହାୟକ କମ୍ପାନୀ ଟାଟା ଡିଜିଟାଲ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଟାଟା ଡିଜିଟାଲ୍ କମ୍ପାନୀର ସମସ୍ତ ଡିଜିଟାଲ୍ ବ୍ୟବସାୟର ପରିଚାଳନା କରିଥାଏ।