Pratidin TV

Odisha's Digital News Platform

(Video)ଉପଭୋକ୍ତାଙ୍କୁ ଟାଟାପାୱାର କର୍ମଚାରୀଙ୍କ ଦୁର୍ବ୍ୟବହାର, ଭାଇରାଲ ହେଲା ଭିଡିଓ….

1 min read

ରାଜଗାଙ୍ଗପୁର ; ଉପଭୋକ୍ତାଙ୍କ ପ୍ରତି ଟାଟା ପାୱାର କର୍ମଚାରୀଙ୍କ ଦୁର୍ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ଏସଭିଏମ କଲୋନୀର ବାସିନ୍ଦା ରାଜକୁମାର କସ୍ୟପ ଆଜି ତାଙ୍କର ମିଟରରେ ଅଧିକ ବିଲ ଆସୁଥିବା ଅଭିଯୋଗ କରିବା ପାଇଁ ଟାଟାପାୱାର କାର୍ଯ୍ୟାଳୟକୁ ଯାଇ ସେକ୍ସନ-୩ ର ଜୁନିୟର ଇଞ୍ଜିନିୟର ଅଜିତ କୁମାର ନାୟକ ଙ୍କ ନିକଟକୁ ଯାଇଥିଲେ। ଉପଭୋକ୍ତା ଜଣକ ହିନ୍ଦୀ ରେ ପଚାରିବାରୁ ଜୁନିୟର ଇଞ୍ଜିନିୟର ଅଜିତ କୁମାର ନାୟକ ଉତକ୍ଷିପ୍ତ ହୋଇ ଓଡ଼ିଆ ନହେଲେ ଇଂରାଜୀ ରେ କଥା ହେବାକୁ କହି ଓ କାର୍ଯ୍ୟାଳୟକୁ ବାହାରି ଯିବା ପାଇଁ କହିଥିଲେ । ଯାହାକୁ ନେଇ କଥା କଟା କଟି ହୋଇଥିଲା।

ଉପଭୋକ୍ତା ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ଟାଟା ପାୱାର ପ୍ରୟାସ ଜାରି ରଖିଥିବା ବେଳେ ଏଥିରେ କାର୍ଯ୍ୟ କରୁଥିବା ଜେଇ(JE)ଙ୍କ ବ୍ୟବହାର ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । କାର୍ଯ୍ୟରତ ଜେଇ ଜଣକ ଉପଭୋକ୍ତା ଙ୍କ ଭାଷାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଓଡ଼ିଆ କଥା ହୁଅ ନହେଲେ କାର୍ଯ୍ୟାଳୟ ରୁ ପଳାଅ ବୋଲି କହିଥିଲେ। ଉପଭୋକ୍ତା ଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପରିବର୍ତେ ଅଧିକାରୀ ଜଣକ ଦୁର୍ବ୍ୟବହାର କରି କାର୍ଯ୍ୟାଳୟ ରୁ ଉପଭୋକ୍ତା ଙ୍କୁ ବାହାର କରିଦେଇଥିଲେ। ଯାହାକୁ ନେଇ ଟାଟାପାୱାର କର୍ମଚାରୀ ଙ୍କ ବ୍ୟବହାର ପଦାରେ ପଡିଛି।

Advertisement

ପୂର୍ବରୁ ମଧ୍ୟ ଜେଇ ଅଜିତ କୁମାର ନାୟକ ମାଷ୍ଟର କଲୋନୀର ବାସିନ୍ଦା ଜ୍ୟୋତି ଶର୍ମା ଙ୍କୁ ରାତି ଅଧିଆ ଫୋନ ମାଧ୍ୟମରେ ଧମକ ଦେଇଥିଲେ। ଏନେଇ ଥାନା ରେ ମଧ୍ୟ ଏକ ଅଭିଯୋଗ ହୋଇଥିଲା। ଉପଭୋକ୍ତା ମାନଙ୍କ ଅସୁବିଧା ଦୂର କରିବା ପରିବର୍ତ୍ତେ ଟାଟା ପାୱାର ର କର୍ମଚାରୀ ଦୁର୍ବ୍ୟବହାର କରି କାର୍ଯ୍ୟାଳୟ ରୁ ବାହାରି ଯିବା ପାଇଁ କହୁଛନ୍ତି । ଉକ୍ତ ଘଟଣା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *