Pratidin TV

Odisha's Digital News Platform

ପୋଲିସ ଙ୍କୁ ଟାଟୁ ମନା , କରିଥିଲେ ତୁରନ୍ତ ଲିଭାଅ ..

1 min read

ଏଣିକି ଦେହରେ ଟାଟୁ କରିପାରିବେନି ପୋଲିସ । ଟାଟୁକୁ ନେଇ ଆସିଲା ନୁଆ ନିୟମ । ପୋଲିସ ଅଧିକାରୀ ଶରୀରରେ ଟାଟୁ କରିବା ଦ୍ୱାରା କମିଶନରେଟ ପୁଲିସ ତଥା ଓଡ଼ିଶା ପୁଲିସର ଗାରିମା କ୍ଷୁର୍ଣ୍ଣ ହେଉଛି ବୋଲି ଅନୁଭବ କରିଛି କମିଶନରେଟ ପୁଲିସ । ଏଣୁ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପୁଲିସ କର୍ମାଚାରୀଙ୍କୁ ଟାଟୁ ଲିଭାଇବାକୁ ଚରମବାଣୀ ଦିଆଯାଇଛି ।

୧୫ ଦିନ ଭିତରେ ହାତ, ମୁହଁ, ବେକ ତଥା ପୋଷାକ ବାହାରେ ଥିବା ଟାଟୁ ନ ଲିଭାଇଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ଡିପାର୍ଟମେଣ୍ଟ।।ଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଏଭଳି ନିର୍ଦେଶନାମା ଜାରି କରିଛି ।

Advertisement

Leave a Reply

Your email address will not be published. Required fields are marked *