Pratidin TV

Odisha's Digital News Platform

ମରିଗଲା ଚା ଦୋକାନୀ , ଏ ଦାମୀ ଗାଡି କାହାର ?

1 min read

ଦାମୀ ଗାଡି ବେପାରୁଆ ଚାଳନା । ଆଉ ଏହି ଦାମୀ ଗାଡିର ଚକା ତଳେ ଚାଲିଗଲା ନିରୀହ ଚା ଦୋକାନୀର ଜୀବନ । ରାଜଧାନୀର ଛାତି ଉପରେ ସମସ୍ତଙ୍କ ସାମ୍ନାରେ ଦୁର୍ଘଟଣା ଘଟାଇଛି ଏଇ ଦାମୀ ମର୍ସଡିଜ୍ । ହେଲେ ଏବେ ପ୍ରଶ୍ନ ଉଠୁଛି େଇ ଦାମୀ ଗାଡି କାହାର । ଶହୀଦନଗର ଥାନା ପଣ୍ଡା ପାର୍କ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମୃତକ ଜଣକ ହେଲେ ଯାଜପୁର ବିଞ୍ଝାରପୁରର ଦିଲ୍ଲୀପ ପରିଡା । ତେବେ ଏହି ଦୁର୍ଘଟଣାରେ ଏକ ଆଶ୍ଚର୍ଯ୍ୟକଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣା ଘଟାଇଥିବା ଦାମୀ ଗାଡି ସହ କଟକ ଜିଲ୍ଲାରେ ଜଣେ ବିଧାୟକଙ୍କ ଲିଙ୍କ ରହିଥିବା ସାମ୍ନାକୁ ଆସିଛି । ତେବେ ଦୁର୍ଘଟଣା ଘଟଆଇଥିବା ଏହି ମର୍ସିଡିଜ ଗାଡି ( OD 33 AK 6888 )କୁ ଥାନାରେ ଅଟକ ରଖି ଘଟଣାର ଅଧିକ ଛାନଭିନ୍ କରୁଛି ପୋଲିସ । ଏ ଦାମୀ ଗାଡି କାହାର ? କେମିତି ହେଲା ଦୁର୍ଘଟଣା ? କିଏ ଚଳାଉଥିଲା ଗାଡି ? ଏସବୁ ନେଇ ଏବେ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *