Pratidin TV

Odisha's Digital News Platform

ଶିକ୍ଷୟତ୍ରୀଙ୍କ ଚୋରି ଆରୋପ ସାହିପାରିଲେନି……ଜୀବନ ହାରିଦେଲେ ନାବାଳିକା ଛାତ୍ରୀ

1 min read

ଅପମାନ ସହି ପାରିଲେନି ନାବାଳିକା ସ୍କୁଲ ଛାତ୍ରୀ | ଜୀବନ ହାରିଦେଲେ | ତେବେ ଏହି ଘଟଣା କର୍ଣ୍ଣାଟକର ଜଣେ ୧୪ ବର୍ଷୀୟ ସ୍କୁଲ ଛାତ୍ରୀ କରିଥିବାର ଜଣାପଡିଛି | ଶିକ୍ଷୟତ୍ରୀ ଚୋରା କହିବାରୁ ସାହିପାରିଲେଣି ନାବାଳିକା ଛାତ୍ରୀ | ଘଟଣା ଏହା ଥିଲା କି, ଶିକ୍ଷୟତ୍ରୀ ସନ୍ଦେହ କରିଥିଲେ କି ଛାତ୍ରୀ ଜଣକ ୨୦୦୦ ଟଙ୍କା ଚୋରି କରିଛନ୍ତି | ଏହାପରେ ତାଙ୍କ ବ୍ୟାଗ ଚେକ କରିବା ସହ ସବୁଠୁ ଆଶ୍ଚର୍ଯ୍ୟଜନକ କାମ କରିଥଲେ | ଛାତ୍ରୀ ଜଣକୁ ଵିଵସ୍ତ୍ର କରିଥିଲେ ଚେକ | ଯାହାପରେ ଏପରି କାଣ୍ଡ ଭିଆଇଛନ୍ତି ନାବାଳିକା ଛାତ୍ରୀ | ଏନେଇ ନାବାଳିକା ପରିବାର ପୋଲିସ ନିକଟରେ ଅଭିଯୋଗ କରି କହିଛନ୍ତି ଯେ ବିଦ୍ୟାଳୟରେ ଘଟିଥିବା ଘଟଣା ଯୋଗୁଁ ଅପମାନ ସହି ନ ପରି ଆତ୍ମହତ୍ୟାର ପଦକ୍ଷପର ରାସ୍ତା ଗ୍ରହଣ କରିଛି |

ତେବେ ବାଗାଲକୋଟର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଜୟଶ୍ରୀ ମିଶ୍ରିକୋତି ଏବଂ ପ୍ରଧାନଶିକ୍ଷକ କେ.ଏଚ୍ ମୁଜାୱାର ନାବାଳିକାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ଜୟଶ୍ରୀ ମିଶ୍ରିକୋତିଙ୍କ ସନ୍ଦେହରୁ ଆସିଛି ଯେ ଝିଅଟି ତାଙ୍କ ପର୍ସରୁ ୨୦୦୦ ଟଙ୍କା ଚୋରି କରିଛି। ଶିକ୍ଷକ ୮ମ ଶ୍ରେଣୀର ଛାତ୍ରୀଙ୍କୁ କହିଥିଲେ ଯେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯିବ।

Advertisement

ତେବେ ମୃତକ ନାବାଳିକା ଛାତ୍ରୀଙ୍କ ଭଉଣୀ ମଧ୍ୟ ସେହି ସ୍କୁଲରେ ପଢୁଥିଲେ | ଏହି ସମ୍ପର୍କରେ ମଧ୍ୟ ସେ ଘରେ ଜଣାଇଥିଲେ | କିନ୍ତୁ ତାଙ୍କ ମନରୁ ସେହି ଅପମାନ ଯାଇନଥିଲା | ଏହି ଚିନ୍ତାରେ ସେ ଆତ୍ମହତ୍ୟା ପଦକ୍ଷପ ଉଠାଇଥିଲେ | ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥଲା | ମାର୍ଚ୍ଚ ୧୬ରେ ଝିଅର ମୃତଦେହ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ଅଧିକାରୀ କହିଥିଲେ ଯେ ମାର୍ଚ୍ଚ ୧୫ ରେ ବାପାମାଆ ଘରେ ନଥିବା ବେଳେ ଝିଅ ନିଜକୁ ଫାଶୀ ଦେଇଥିଲା। ବର୍ତ୍ତମାନ ଏହି ଘଟଣାର ପୋଲିସ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *