Pratidin TV

Odisha's Digital News Platform

ଝିଅ ଉପସ୍ଥିତ ବୁଦ୍ଧିପାଇଁ, ସୀତାର ଇଜ୍ଜତ ବଞ୍ଚିଗଲା ହେଲେ ଧମକ ଦେଉଛି ଶିକ୍ଷକ ଅଟଳ

1 min read

ମା ଝିଅଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଗୋଟିଏ ବଡ ବିପଦରୁ ବଞ୍ଚିଗଲେ | କରାଯାଇଥିଲା ଦୁଷ୍କର୍ମ ଉଦ୍ୟମ | ଏବଂ ମା ଝିଅଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କାବୁ କରି ନିଆଯାଇଛି କାମାଦ୍ଧ ରସିକିଆ ୫୫ ବର୍ଷିୟ ଟଇଉସନ ସାର ନାମରେ ପରିଚିତ ଅଟଳ ଜେନାକୁ | ଘରେ ବସାଇ ରଖି ଗାଁ ଲୋକଙ୍କୁ ଗୁହାରି କରିଥିଲେ ନ୍ୟାୟ ପାଇଁ , ରାମାୟଣ ରେ ସିନା ସିତା ହରଣକାରି। ରାବଣକୁ ଦଣ୍ଡ ଦେବା ପ୍ରଭୁ ଶ୍ରୀ ରାମଙ୍କ ପାଇଁ ବିଶାଳ ବାନର ସେନା ନର ନାରି ସହଯୋଗ କରିଥିଲେ | ମାତ୍ର କଳି ଯୁଗରେ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା , ସିତା ଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଟଳ ରୂପି ରାବଣକୁ ଆଇନ୍ ରୁପି ଦଣ୍ଡ ମୁକ୍ତ କରିବା ଅଣ୍ଟା ଭିଡିଛନ୍ତି |

ତେବେ ୨ ଜଣ ସରକାରୀ ଶିକ୍ଷକ ପ୍ରତାପ ସିଂ , ସୁନ୍ଦର ମୋହନ ସିଂ , ସିତାକୁ ଧମକ ଦେଇଥିଲେ କହିଥିଲେ ଆମେ ସରକାରୀ ଲୋକ ଆମ ଲୋକ ସବୁ କରିପାରିବେ ଘରେ ପଶିବେ ବଳାତ୍କାର କରିବେ ତାର କେହି କିଛି ବିଗାଡି ପାରିବେନି | ବରଂ ତମ ବିରୋଧ ରେ କେସ କରି ତମ କୁ ଆଇନ୍ ଜାଲରେ ଫସେଇଦେବୁ |

Advertisement

ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଲୁଣାଘେରି ଗ୍ରାମରେ ,ଘଟଣା ରୁ ପ୍ରକାଶ ଲୁଣାଘେରି ଗ୍ରାମରେ ନିତାଇ ମିର୍ଦ୍ଧା ସ୍ତ୍ରୀ ସିତା , ଘରେ ମା ଝିଅ ଙ୍କ ସହିତ ଘରେ ଥିଲେ | ସ୍ଵାମୀ ପାରାଦୀପ କାମ କରିବାପାଇଁ ଯାଇଥିଲେ | ବେତବେଲାରୀ ଗ୍ରାମ ର ଅଟଳ ଜାନା ନିରୋଳା ର ସୁଯୋଗ ନେଇ ସିତା ରୋଷେଇ ଘରେ ଖିର ଗରମ୍ କରୁଥିବା ବେଳେ ପଶି ଶାଢ଼ୀ ଟେକି ଛାତିରେ ହାତ ମାରିବା ସହିତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଛୁଇଁଥିଲେ | ସିତାର ବଡ଼ ପାଟିରେ ଚିତ୍କାର କରୁଥିଲେ, ନାବାଳିକା ଝିଅ ବାଡିପଟେ ବସି ମୋବାଇଲ ଧରି ବସିଥିଲେ | ଦୌଡ଼ ଆସି ଫଟୋ ଉଠାଇବା ସମୟରେ ଖସି ଯିବାକୁ ଉଦ୍ୟମ କରିଥିଲା ଅଟଳ କିନ୍ତୁ ମା ଝିଅ ମାଡିବସି ଧରି କାବୁ କରିନେଇ ସ୍ବାମୀକୁ ଖବର ଦେଇଥିଲେ | ଘରେ ସ୍ବାମୀ ପହଞ୍ଚି ଗାଁ ଲୋକଙ୍କୁ ଡାକି ନ୍ୟାୟ ଭିକ୍ଷା କରିଥିଲେ ,ଅଟଳ କରିଥିବା କୁକର୍ମ ସମ୍ପର୍କରେ ଉପସ୍ଥିତି ଲୋକଙ୍କ ପାଖରେ ସତକଥା ମାନି ଯାଇଥିଲେ ,

ଅଟଳ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ସ୍ଥାନୀୟ ସରପଞ୍ଚ, ସାଲବେଗ ମାହାଳୀ ( ଧନି)ଦୁଇଜଣ ସରକାରୀ ଶିକ୍ଷକ ପ୍ରତାପ ସିଂ , ସୁନ୍ଦର ମୋହନ ସିଂ ସିତା ଓ ତା’ର ସ୍ବାମୀ କୁ ଧମକ ଦେଇଥିଲେ | କହିଥିଲେ ମୁଁ ସାରପଞ୍ଚ,ଆମେ ସରକାରୀ ଶିକ୍ଷକ ୨ ଜଣ ତେଣୁ ଆମ କଥାରେ ଏଠି ସବୁ ଚାଲେ ତମେ କେସ କଲେ ତମକୁ ପୋଲିସ ଗିରଫ କରିବ | ଏପରି ଧମକ ଚମକ ଦେଇ ଅଟଳ ଜେନାକୁ ଆଣି ଆଗୁଆ ଥାନା କେସ କରିଥିଲେ | ସାଧାରଣ ଗରିବ ସିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମାତ୍ର ପ୍ରଥମେ ସିତାଙ୍କ ଅଭିଯୋଗ ରଖିବାକୁ ମନା କରିଥିଲେ ମାତ୍ର ପରେ ରଖିଥିବା ର ଜଣାପଡିଛି, ନ୍ୟାୟ ଭିକ୍ଷା ଅପେକ୍ଷା ରେ ସିତା |

Leave a Reply

Your email address will not be published. Required fields are marked *