Pratidin TV

Odisha's Digital News Platform

ନିର୍ବାଚନ ଡ୍ୟୁଟି ସମୟରେ ଟଳିପଡ଼ିଲେ ଶିକ୍ଷକ ।

ବଲାଙ୍ଗୀର ; ନିର୍ବାଚନ ଡ୍ୟୁଟି ସମୟରେ ହୃଦଘାତ ଯୋଗୁଁ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ । ଆସନ୍ତାକାଲି ଭୋଟ ପାଇଁ ଟିଟିଲାଗଡ଼ ଡି. ଏ. ଭି କଲେଜ ଡିସ୍ପୋର୍ଶାଳ ସେଣ୍ଟରରୁ ଭୋଟିଙ୍ଗ ସାମଗ୍ରୀ ସଂଗ୍ରହ କରୁଥିଲେ ପୋଲିଙ୍ଗ କର୍ମଚାରୀ ।

ଏହି ସମୟରେ ଥାର୍ଡ଼ ପୋଲିଙ୍ଗ କର୍ମଚାରୀ ଦାୟିତ୍ୱରେ ଥିବା ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା ପରେ ବଲାଙ୍ଗୀରକୁ ସ୍ଥାନାନ୍ତରିତ କରିଥିଲେ । ବଲାଙ୍ଗୀର ଆଣୁଥିବା ସମୟରେ ଶିକ୍ଷକଙ୍କ ଜୀବନ ଚାଲିଯାଇଥିଲା । ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛି ବଲାଙ୍ଗିର ପ୍ରାଥମିକ ଶିକ୍ଷକ ସଂଘ ।

Leave a Reply

Your email address will not be published. Required fields are marked *