Pratidin TV

Odisha's Digital News Platform

ସତରେ ଗୁରୁ ତୁମେ ମହାନ୍ ; ନିଜ ଦରମା ଟଙ୍କାରେ ବାଣ୍ଟିଦେଲେ ଶୀତବସ୍ତ୍ର…

1 min read

ନବରଙ୍ଗପୁର ; ସତରେ ଗୁରୁ ହେବତ ଏମିତି । ଆଜି ଭୁରି ଭୂରି ପ୍ରଶଂସା ହେଉଛି ନବରଙ୍ଗପୁରର ସୁଧୀର ସାରଙ୍କର । ସମସ୍ତେ କହୁଛନ୍ତି ଗୁରୁ ହେବତ ଏମିତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଂଚାୟତ ଉପାନ୍ତ ଅଞ୍ଚଳରେଥିବା ଡାଣ୍ଡୁଗୁଡ଼ାପ୍ରାଥମିକ ବିଦ୍ୟାଳୟର ବିସ୍ଥାପିତ ପରିବାର ର ବୃଦ୍ଧ ବୃଦ୍ଧା ଓ ଛାତ୍ର ଛାତ୍ରୀ ଙ୍କୁ ଶୀତ ଋତୁ ଶୀତ ଦାଉରୁ ସୁରକ୍ଷିତ ରହିବା ପାଇଁ ସୁଦୂର ବିହାର ରୁ ଆସିଥିବା ଜବାହାର ନବୋଦୟ ବିଦ୍ୟାଳୟ ର ପିଜିଟି ଇକୋନୋମିକ ଶିକ୍ଷକ ଶ୍ରୀ ସୁଧୀର କୁମାର , ନିଜ ମାସିକ ଦରମା ରୁ କିଛି ଅଂଶ ବାହାର କରି ୩୪ ଛାତ୍ର ଛାତ୍ରୀ ଙ୍କୁ ଶୀତ ବସ୍ତ୍ରଓ ୮ଜଣ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ନବୋଦୟ ବିଦ୍ୟାଳୟ ପିଜିଟି ଇତିହାସ ଶିକ୍ଷକ ଅଜିତ ମାଲିକ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ, ବରିଷ୍ଠ ସାମ୍ବାଦିକ ପୃଥ୍ଵୀରାଜ ପାଇକ ରାୟ, ମଞ୍ଚା ଗାଁ କ୍ଲସ୍ଟର ସିଆରସିସି ଶ୍ରୀ ଶ୍ୟାମ ହରିଜନ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀ ଲମ୍ବୁଧର ନାୟକ ସହଜଗ କରିଥିଲେ।

Advertisement

ଅନାଥ ଓ ନିରୀହ ଗରିବ ଶ୍ରେଣୀର ଲୋକଙ୍କୁ ସେବା କରିବା ପାଇଁ ସୁଯୋଗ ମିଳିଥିବା ହେତୁ ମୋ ନିଜକୁ ଆତ୍ମା ସନ୍ତୁସ ହେଉଥିବ।ଓ ସମସ୍ତେ ଯେପରି ପରସ୍ପର ଦୁଃଖ ରେ ସହଭାଗୀତା ହେବା ପାଇଁ ସମାଜ କୁ ପେରଣା ଦେଇ ଆଗାମୀ ଦିନରେ ମଧ୍ୟ ନିରୀହ ନିଷ୍ପତ ବ୍ୟକ୍ତି ମାନଙ୍କୁ ସାହାଯ୍ୟ ର ହାତ ବଦଇବା ଯୋଜନା ରହିଛି ବୋଲି ନବୋଦୟପିଜିଟି ଶିକ୍ଷକ ଶ୍ରୀ ସୁଧୀରକୁମାର ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *