ସ୍କୁଲ ତାଲା ପକାଇ ଆସିଲେନି ଶିକ୍ଷକ ଛାତ୍ର ଛାତ୍ରୀ ବାହାରେ ପଢିଲେ ପାଠ….
1 min readଦାରିଙ୍ଗବାଡି ; କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡିଡ୍ରବାଡ଼ି ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକ ଘରେ ରହୁଛନ୍ତି। ଛାତ୍ର ଛାତ୍ରୀ ମାନେ ଉଚିତ୍ ସମୟରେ ବିଦ୍ୟାଳୟକୁ ଯାଇ ଶିକ୍ଷକ ମାନଙ୍କୁ ଫାଟକ ବାହାରେ ଅପେକ୍ଷା କରି କରି ଭୋକରେ ଘରକୁ ଫେରି ଯାଉଛନ୍ତି। ଶିକ୍ଷକ ମାନେ ମଦ ପିଇ ବୁଲୁଛନ୍ତି କିନ୍ତୁ ସ୍କୁଲ୍ କଥା କିମ୍ବା ପିଲାଙ୍କ କଥା ପାସରୀ ଯାଉଛନ୍ତି।
ଶିକ୍ଷକଙ୍କ ଶିକ୍ଷା ଦାନ ନ କହିବା ଭଲ ଏବେ ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ମଦ୍ୟପ ଶିକ୍ଷକଙ୍କ ହାତରେ। ଡିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ ଦେବା ପାଇଁ ତିନିଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ ଆଜି ତିନିଜଣ ଶିକ୍ଷକ ଅନୁପସ୍ଥିତ ଥିବାରୁ ସ୍କୁଲରେ ତାଲା ପଡ଼ିଥିବା ଦେଖି ଛାତ୍ର ଛାତ୍ରୀ ମାନେ ଫାଟକ ବାହାରେ ବସି ଅପେକ୍ଷା କରି ନିଜେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଶିକ୍ଷକ ମାନେ ପ୍ରାୟତଃ ଅଧିକାଂଶ ଦିନ ମାନଙ୍କରେ ଅନିୟମିତତା ଭାବେ ବିଦ୍ୟାଳୟ କୁ ଆସିବା ସହିତ ଛାତ୍ର ଛାତ୍ରୀ ଙ୍କୁ ଶ୍ରେଣୀ କୋଠରୀ ଭିତରେ ବସେଇଦେଇ ବିଭିନ୍ନ କାମ ବାହାନାରେ ବାହାରକୁ ଯାଇ ମଦ୍ୟପାନ କରି ଆସିବା ମଧ୍ୟ ସାଧାରଣ ରେ ଅଭିଯୋଗ ହୋଇଛି ।
ସୂଚନା ପ୍ରକାରେ ଡିଡ୍ରବାଡିା ସ୍କୁଲ ପ୍ରଥମେ ରାଇକିଆ ବ୍ଲକ ଅଧୀନରେ ଯାଉଥିଲା କିନ୍ତୁ ବର୍ତ୍ତମାନ ତାହା ଦାରିଙ୍ଗବାଡ଼ି ବ୍ଲକ ରେ ଯାଉଥିବା ବେଳେ ରାଇକିଆ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଅଛି । ଶିକ୍ଷକ ଙ୍କ ଅବହେଳା ଯୋଗୁଁ ଛାତ୍ର ଛାତ୍ରୀ ଶିକ୍ଷା ପାଇବାରେ ବଞ୍ଚିତ ରହିବା ନେଇ ସ୍କୁଲ କମିଟି ସଭାପତି ତଥା ଗ୍ରାମବାସୀ ଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶିକ୍ଷା ଅଧିକାରୀ ଙ୍କ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଅଭିଯୋଗ ହେଉଛି । ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି କେବେ ପଡୁଛି ଏହି ବିଦ୍ୟାଳୟ ଉପରେ ତାହା ଅପେକ୍ଷାରେ ଗ୍ରାମବାସୀ।