Pratidin TV

Odisha's Digital News Platform

କାହା ପାଇଁ ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନା ? କଲ୍ୟାଣ ମଣ୍ଡପରେ ଚାଲିଛି ଶିକ୍ଷା ବ୍ୟବସ୍ଥା..

1 min read

ନୂଆପଡା : ସ୍ମାର୍ଟ ସ୍କୁଲ ନିର୍ମାଣ କରି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ସରକାର ବାହାବାହା ନେଉଛି ସତ ହେଲେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ରେ ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି ପ୍ରାଥମିକ ସ୍କୁଲ ତେଣୁ ଗାଁରେ ଥିବା କଲ୍ୟାଣ ମଣ୍ଡପରେ ଚାଲିଛି ପାଠ ପଢା ।

ଖଡ଼ିଆଳ ଅଞ୍ଚଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ହୋଇ ପଡି ରହିଛି ପ୍ରାଥମିକ ସ୍କୁଲ । କଲ୍ୟାଣ ମଣ୍ଡପରେ ଚାଲିଛି ପାଠ ପଢା । ଏଭଳି ଏକ ଅଭାବନୀୟ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଶବରପଡା ସରକାରୀ ପ୍ରକଳ୍ପ ପଥମିକ ବିଦ୍ୟାଳୟର । ସ୍କୁଲ ଅବସ୍ଥା ଅତି ଶୋଚନୀୟ ହୋଇ ଭଙ୍ଗା ଦଦରା ହୋଇ ଯିବାରୁ ବିପଦ ପୂର୍ଣ୍ଣ ହୋଇଛି ସ୍କୁଲ କୋଠରୀ । ତେଣୁ ଗାଁରେ ଥିବା କଲ୍ୟାଣ ମଣ୍ଡପ ଚାଲିଛି ପାଠ ପଢା । କଲ୍ୟାଣ ମଣ୍ଡପ ର ଗୋଟିଏ କୋଠରୀ ରେ ୮୬ ଜଣ ଛାତ୍ର ଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ପୁଣି ଏଠି ଏମଡିଏମ ପ୍ରସ୍ତୁତ ମଧ୍ୟ ହେଉଛି । ତେଣୁ ଭଙ୍ଗା ଦଦରା ସ୍କୁଲକୁ ନୂତନ କରି ନିର୍ମାଣ କରିବାକୁ ଦାବୀ ହେଇ ଆସୁଥିଲେ ହେ ପ୍ରଶାସନ ଶୁଣୁ ନ ଥିବା ଅଭିଯୋଗ ହେଉଛି ।

Advertisement

ଏହି ଶବରପଡାର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଗୃହ ନିର୍ମାଣକୁ ନେଇ ଅନେକ ବାର ସ୍କୁଲ କମିଟି ପ୍ରଶାସନ କୁ ଅଭିଯୋଗ କରିଛନ୍ତି । ସ୍କୁଲ ଅବସ୍ଥା ବିପଦ ସଙ୍କଟା ପୂର୍ଣ୍ଣ ଥିବାରୁ କିଛି ଦିନ ଗଛ ତଳେ ମଧ୍ୟ ଚାଲିଥିଲା ପାଠ ପଢା । ପରେ ଆଜିକୁ ୬ ମାସ ହେଲା ଗାଁରେ ଥିବା କଲ୍ୟାଣ ମଣ୍ଡପରେ ଚାଲିଛି ପାଠପଢ଼ା । କଲ୍ୟାଣ ମଣ୍ଡପରେ ଶିକ୍ଷା ଦାନ ଚାଲୁଥିବାରୁ ବିବାହ ବ୍ରତ, ସଭା ସମିତି କରିବାରେ ଅସୁବିଧା ହେଉଛି। ଶୀଘ୍ର ସ୍କୁଲ ଗୃହ ନିର୍ମାଣ କରିବାକୁ ଗାଁ ଲୋକେ ଦାବୀ କରୁଛନ୍ତି। ଅପରପକ୍ଷରେ ବରଗାଁ ସରପଞ୍ଚ ତଥା ଖଡ଼ିଆଳ ବିଡିଓ ବୀରସେନ ବେହେରା ଙ୍କୁ ପଚାରିବାରୁ ଏହି ସମସ୍ୟାର ଗୁରୁତ୍ୱ ଦେଇ ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି ।

ରାଜ୍ୟସରକାର ସ୍ମାର୍ଟ ସ୍କୁଲ କୁ ନେଇ ବାହାବା ମାରୁଛନ୍ତି । ହେଲେ ପ୍ରାଥମିକ ସ୍କୁଲ ପ୍ରତି ସରକାରଙ୍କ ନଜର ନାହିଁ। ନାଁ ଶିକ୍ଷା ଭିତ୍ତି ଭୂମି ଅଛି ନା ଆବଶ୍ୟକ ଶିକ୍ଷକ ଅଛନ୍ତି ବରଗାଁ ପ୍ରାଥମିକ ସ୍କୁଲ ପାଇଁ । ତୁରନ୍ତ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନୂତନ ସ୍କୁଲ କୋଠା ସହ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ଜରୁରୀ ହୋଇ ପଡିଛି । ତେବେ ଦେଖିବା ବାକି ରହିଲା ଯେ କେତେ ଶୀଘ୍ର ପ୍ରଶାସନ ଏଥିପ୍ରତି ତତ୍ପରତା ଦେଖାଉଛି ।

Leave a Reply

Your email address will not be published. Required fields are marked *