Pratidin TV

Odisha's Digital News Platform

ଚାହିଁ ବସିଥିଲେ ଛାତ୍ରଛାତ୍ରୀ ହେଲେ ଆସିଲେନି ଗୁରୁ

ମାଲକାନାଗିରି : ଆମ ଭାରତ ବର୍ଷରେ ବହୁ ପୁରାତନ କାଳରୁ ଗୁରୁପୂଜାକୁ ଶ୍ରେଷ୍ଠ ମାନ୍ୟତା ଦିଆଯାଇଛି । ଗୁରୁ ଯିଏ ଆମକୁ ଅଜ୍ଞାନ ମୂଳକ ଅନ୍ଧକାରରୁ ଜ୍ଞାନରୂପ ଆଲୋକ ଆଡକୁ ଟାଣିଆଣେ । ଯିଏ ଆମର ମାର୍ଗ ଦର୍ଶନ କରାଏ । ଆମକୁ ଭୁଲ ଠିକ୍ ଶିକ୍ଷା ଦିଏ । ଆମକୁ ଆଗକୁ ବଢିବାକୁ ପୋତ୍ସାହିତ କରେ । ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧା କୃଷ୍ଣଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟମ୍ବର ୫ କୁ ଆମେ ଗୁରୁ ଦିବସ ରୂପେ ପାଳନ କରିଥାଉ ।

ସେଦିନ ପିଲାମାନେ ସକାଳୁ ସକାଳୁ ଗାଧୋଇପାଧୋଇ ଶିକ୍ଷକଙ୍କ ନିମନ୍ତେ ଫୁଲତୋଡା ତିଆରିକରି , ସ୍କୁଲ ଯାଆନ୍ତି । ସେଠାରେ ଶିକ୍ଷକଙ୍କୁ ଚନ୍ଦନ,ଫୁଲ ଦେଇ ଦୀପ ବନ୍ଧାଇ ମୁଣ୍ଡିଆ ମାରି ପୂଜା କରିଥାନ୍ତି । ଏବଂ ଶିକ୍ଷକଙ୍କୁ ଗୁରୁଦକ୍ଷିଣା ସ୍ୱରୂପ କିଛି କଲମ ବା ଉପହାର ଦେଇଥାନ୍ତି । ଭାରତରେ ମାନ୍ୟତା ରହିଛି ଯେ ଛାତ୍ରଛାତ୍ରୀ ମାନେ ଗୁରୁପୂଜା କରି ତାଙ୍କ ଆର୍ଶୀବାଦ ଲାଭ କରିବା ଦ୍ୱାରା ଜୀବନରେ ଅନେକ ସଫଳତା ହାସିଲକରିଥାନ୍ତି । କିନ୍ତୁ ଏହିପରି ଏକ ପବିତ୍ର ଦିନରେ ଛାତ୍ରଛାତ୍ରୀ ମାନେ ବଞ୍ଚିତ ହୋଇଛନ୍ତି ଗୁରୁ ଆଶ୍ରୀବାଦରୁ ।

ସୂଚନା ଅନୁଯାୟୀ ଘଟଣାଟି ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ବେଜାଙ୍ଗୀ ୱାଡା ପଞ୍ଚାୟତ ସଦର ମହକୁମାରେ ଥିବା ଆଶ୍ରମ ବିଦ୍ୟାଳୟ ର । କରୋନା ମହାମାରୀ ଯୋଗୁ ଦୀର୍ଘ ୨ ବର୍ଷ ପରେ ଛାତ୍ରଛାତ୍ରୀ ମାନେ ଗୁରୁପୂଜାର ସୁଯୋଗ ପାଇଥିବା ବେଳେ , ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ରହିଥିଲେ । ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଗୁରୁଦିବସରେ ବିଦ୍ୟାଳୟ ଆସିନଥିବାରୁ ଛାତ୍ରଛାତ୍ରୀମାନେ ଦୁଃଖ ପ୍ରକାଶ କରିଥିଲେ । ଏନେଇ ଅଭିବାବକଙ୍କ ସହ ଅଞ୍ଚଳବାସୀମାନେ ଅସନ୍ତୁଷ୍ଟ ପ୍ରକାଶ କରି ଗଣ ମାଧ୍ୟମକୁ ଖବର ଦେଇଥିଲେ । ଖବର ପାଇ ଗଣମାଧ୍ୟମ ଏସ୍‌ଏମସସି କମିଟି ସବାପତିଙ୍କୁ ନେଇ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ ।


ସେଠାରେ ପହଞ୍ଚି ପ୍ରତିନିଧି ମାନେ ଦେଖିବାକୁ ପାଆନ୍ତି ଯେ ୱାର୍ଡନେର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଟିଭିଲାଗିଥିବା ଗୃହ ରେ ବସାଇ ଟିଭି ଦେଖାଉଥିଲେ ଛାତ୍ର ଛାତ୍ରୀ ମାନେ ଗଣ ମାଧ୍ୟ୍ୟମ ପ୍ରତିନିଧି ଙ୍କୁ ଦେଖି ବାହାରକୁ ଚାଲି ଆସିଥିଲେ ସମସ୍ତ ଙ୍କ ହାତରେ ପାଞ୍ଚ ସାତଟି କଲମ ଦେଖିବାକୁ ମିଳିଥିଲା ପଚାରି ବାରୁ ଶିକ୍ଷକ ମାନଙ୍କୁ ଦେବୁ ବୋଲି କହି ଥିଲେ । ଏହା ସହ ଛାତ୍ରଛାତ୍ରୀ ମାନେ ସମସ୍ତ କଥା ଗଣମାଧ୍ୟମ ଆଗରେ କହିଥିଲେ । ସେମାନେ ସବୁ ସକାଳ ୮ ଟାରୁ ଆସି ମଧ୍ୟାହ୍ନ ଯାଏଁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅପେକ୍ଷା କରିଥିଲେ ସୁଦ୍ଧା କେହି ଜଣେ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଆସିନଥିବା ଯୋଗୁ ସେମାନଙ୍କୁ ଅତ୍ୟନ୍ତ ଦୁଃଖ ଲାଗୁଛି ବୋଲି ନିଜ ମତପ୍ରକାଶ କରିଥିଲେ ଛାତ୍ରଛାତ୍ରୀ । ଏହା ସହ ସେମାନେ ଗୁରୁଙ୍କ ଅପେକ୍ଷାର ମଧ୍ୟହ୍ନ ଭୋଜନ ମଧ୍ୟ କରିନଥିଲେ ବୋଲି କହିଥିଲେ ।

ଏସବୁ ଶୁଣି ଏସ୍‌ଏମ୍‌ସି ସଭାପତି ଦୁଃଖ ପ୍ରକାଶ କରିବା ସହ ଶିକ୍ଷକ ମାନେ ସ୍କୁଲକୁ ଠିକ୍ ସେ ଆସୁନଥିବାରୁ ପାଠପଢା ସହ ପିଲାମାନଙ୍କ ମୂଳ୍ୟବାନ ସମୟକୁ ନଷ୍ଟ କରୁଥିବା ଅଭିଯୋଗ କରିଥିଲେ । ଏହି ସର୍ମ୍ପକରେ ସେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଯୋଗା ଯୋଗ ସଫଳ ହୋଇପାରିନଥିଲା । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ର ମୋଟ ଚାରି ଜଣ ଶିକ୍ଷକ ଜଣେ ଶିକ୍ଷୟତ୍ରୀ ଥିବା ଜଣା ଯାଇଛି ପ୍ରଧାନ ଶିକ୍ଷକଙ୍କୁ ଫୋନ ମାଧ୍ୟ୍ୟମରେ ଯୋଗା ଯୋଗ କରିବାରୁ ଜଣା ଯାଇଛି ଅନୁଷ୍ଠାନ ରେ ମୋଟ ୧୧୫ ଛାତ୍ର ଛାତ୍ରୀ ଅଛନ୍ତି କିନ୍ତୁ ସବୁଠାରୁ ବଡ଼ କଥା ଆଦିବାସୀ ଆଦୁଷିତ ଅଞ୍ଚଳରେ କିପରି ଚାଲୁଚି ଶିକ୍ଷା ଵେବସ୍ତା ତାହା ଆପଣମାନେ ଚିନ୍ତା କରନ୍ତୁ

Leave a Reply

Your email address will not be published. Required fields are marked *