Pratidin TV

Odisha's Digital News Platform

ଆଧୁନିକ ସମାଜରେ ଗୁରୁ ଶିଷ୍ୟ ସର୍ମ୍ପକ !

1 min read

ଗୁରୁର ସ୍ଥାନ ସଂସାରରେ ଅପୂରଣୀୟ । ଯୁଗ ଯୁଗରୁ ଗୁରର ସ୍ଥାନ ଅପୂରଣୀୟ । ଗୁରୁ ନିଷ୍ଠାପର ଶିକ୍ଷା ପାଇଁ ଆଜି ଅନେକ ମହାରଥୀ ମାନଙ୍କ ନାଁ ଇତିହାସରେ ଲିପିବଦ୍ଧ । ବିନା ଗୁରୁରେ ଆଜି ଯାଏଁ କେହି ଶୀଖର ଚଢିବା ଅସମ୍ଭବ । ଗୁରୁର ମାର୍ଗଦର୍ଶନରେ ହିଁ ଛାତ୍ର ତା ଜୀବନରେ ସାର୍ଥକତା ହାସଲ କରିଥାଏ । ଯୁଗ ଯୁଗରୁ ଏହାର ପ୍ରମାଣ ରହିଆସିଛି । ମହାଭାରତ ତାର ମୁଖ୍ୟ ଉଦାହରଣ । କୃଷ୍ଣଙ୍କ ବିନା ମାର୍ଗଦର୍ଶନରେ ପଞ୍ଚୁପାଣ୍ଡବଙ୍କ ଯୁଦ୍ଧ ଜିତିବା ଅସମ୍ଭବ । କିନ୍ତୁ ଆଜିର ଯୁବ ପୀଢି ଗୁରୁଙ୍କ ବଦଳରେ ଅତ୍ୟାଧୁନିକ ଟେକନୋଲିଜିକୁ ସବୁକିଛି ମାନୁଛି ।

ଆଧୁନିକତା ପ୍ରଭାବରେ ଧିରେ ଧିରେ ଗୁରୁ ଶିଷ୍ୟର ସର୍ମ୍ପକ ଫିକା ପଡିଯାଇଛି । ଛାତ୍ରମାନଙ୍କର ଗୁରୁ ପ୍ରତି ଥିବା ସମ୍ମାନ ଧିରେ ଧିରେ ଲୋପ ପାଇଗଲାଣି । ଉଦାହରଣ ସୂରୁୂପ ଆଗୁରୁ ଗୁରୁଙ୍କୁ କେଉଁଠି ଦେଖିଲେ ଶିଷ୍ୟମାନେ ସାକେଲରୁ ଓହ୍ଲାଇ ତାଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ଯାଉଥିଲେ କିନ୍ତୁ ବର୍ତ୍ତମାନ ଗୁରୁ ଶିଷ୍ୟ ଗୋଟିଏ ବାରରେ ବସି ମଦ୍ୟପାନ କରୁଛନ୍ତି ।

Advertisement

ସେହିଭଳି ସବୁଠୁ ପବିତ୍ର ସର୍ମ୍ପକ ଗୁରୁ ଶିଷ୍ୟଙ୍କର ତାଙ୍କୁ ନଷ୍ଟ କରିଦେଇଛନ୍ତି ବର୍ତ୍ତମାନର କିଛି ପିସାଚ ଶିକ୍ଷକ । ପାଠ ଆଳରେ ଅନେକ ଛୋଟ ଛୋଟ ଛାତ୍ରୀ ମାନଙ୍କ ସହ ଅସଦାଚରଣ ଏବଂ କୁକର୍ମ କରି ସମାଜରେ ସବୁ ଶିକ୍ଷକ ଜାତିକୁ ବଦନାମ କରୁଛନ୍ତି କିଛି ଏଭଳି ଲୋକ । କିନ୍ତୁ ଆଜିର ଯୁଗରେ ବି କିଛି ଗୁରୁ ଓ ଶିଷ୍ୟଙ୍କ ପ୍ରଚେଷ୍ଟାରେ ଏହି ଆଧୁନିକ ସମାଜ ଭିତରେ ଜୀବନ୍ତ ଅଛି ସେହି ପବିତ୍ର ଗୁରୁ ଶିଷ୍ୟ ସମ୍ପର୍କ ।

Leave a Reply

Your email address will not be published. Required fields are marked *