Pratidin TV

Odisha's Digital News Platform

ଭାରତର ଅପରାଜୟ କୀର୍ତ୍ତି ; ୯ରୁ ୯ ଲିଗ୍ ମ୍ୟାଚ୍ ଜିତିଲା ରୋହିତ୍ ବାହିନୀ …..

1 min read

ବେଙ୍ଗାଲୁର ; ବେଙ୍ଗାଲୁର ଚିନ୍ନସ୍ୱାମୀ ଷ୍ଟାଡିୟମରେ ରେକର୍ଡ କଲା ଟିମ୍ ଇଣ୍ଡିଆ । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ନେଦରଲ୍ୟାଣ୍ଡ୍ସକୁ ଧରାଶାୟୀ କରିଛି। ଏହାସହ ବିଶ୍ୱକପ୍ ଶେଷ ଲିଗ୍‌ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଟପ୍ ଅର୍ଡର ଇତିହାସ ରଚିଛନ୍ତି । ପ୍ରଥମ ଥର ଭାରତୀୟ ଟିମ୍‌ର ୫ ଶୀର୍ଷ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିଭଳି କାଲି ଭାରତ ରେକର୍ଡ ୯ ମ୍ୟାଚ୍ରୁ ୯ ବିଜୟ ସହ ଦଳ ସେମି ଫାଇନାଲ ଖେଳିବାକୁ ନିଜକୁ ପ୍ରସ୍ତୁତ କରିଛି। ୨୦୨୩ରେ ଭାରତ କ୍ରମାଗତ ୯ ବିଜୟ ହାସଲ କରିଛି ଟିମ୍ । କ୍ରମାଗତ ୯ ବିଜୟ ସହ ଭାରତ ନିଜ ରେକର୍ଡ ମଧ୍ୟ ଭାଙ୍ଗିଛି। ୨୦୦୩ରେ ଭାରତୀୟ ଦଳ କ୍ରମାଗତ ୮ ବିଜୟ ହାସଲ କରିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏବେ ରୋହିତ ଶର୍ମା ଭାରତର ପ୍ରଥମ ଅଧିନାୟକ ଭାବେ ଇତିହାସ ରଚିଛନ୍ତି। ଭାରତ ତାଙ୍କ କ୍ୟାପ୍ଟେନ୍ସିରେ କ୍ରମାଗତ ୯ ବିଜୟ ହାସଲ କରିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଶ୍ରେୟସ ଆୟରଙ୍କ ଅପରାଜିତ ୯୩ ବଲରେ ୧୨୮, କେଏଲ ରାହୁଲଙ୍କ ୬୪ ବଲରେ ୧୦୨, ରୋହିତ ଶର୍ମାଙ୍କ ୬୧, ବିରାଟ କୋହଲିଙ୍କ ୫୧ ଓ ଶୁବମନ ଗିଲଙ୍କ ୫୧ ରନ ବଳରେ ବିଶାଳ ୪୧୦ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୪୭.୫ ଓଭର୍ରେ ସମସ୍ତ ୱିକେଟ ହରାଇ ୨୫୦ ରନ କରିବାକୁ ସକ୍ଷମ ହୋଇଥିଲା । କାରଣ କାଲି ପଡିଆରେ ଛାଇଥିଲା ବୋଲିଂ ଯାଦୁ । କେବଳ ମହମ୍ମଦ ଶାମିଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ନିୟମିତ ବୋଲରମାନେ ୱିକେଟ ପାଇଛନ୍ତି। ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସେହିପରି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ ।

Advertisement

ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା । ତେବେ ବ୍ୟାଟିଂରେ କମାଲ କରିଥିବା ଶ୍ରେୟସ ଆୟରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି। ବିଶ୍ୱକପରେ ଏକମାତ୍ର ଅପରାଜେୟ ଟିମ ଭାବେ ଲିଗ ପର୍ଯ୍ୟାୟ ଅଭିଯାନ ଶେଷ କରିଛି ଭାରତ। ସେ ସମସ୍ତ ୯ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛି। ଏହି ଲିଗ୍ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡକୁ ଭାରତ ପରାସ୍ତ କରିଛି। ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ୧୮ ପଏଣ୍ଟ ପାଇଛି। ଗ୍ରୁପ୍ ରାଉଣ୍ଡରେ ଭାରତ ପଏଣ୍ଟ ଟେବୁଲ୍ ଶୀର୍ଷରେ ରହିଛି।

Leave a Reply

Your email address will not be published. Required fields are marked *