Pratidin TV

Odisha's Digital News Platform

ମୁମ୍ବାଇ ହୋଟେଲ ଛାଡି ଅହମ୍ମଦାବାଦ ମୁହାଁ ଭାରତୀୟ ଦଳ…

1 min read

ଆଇସିସି ବିଶ୍ୱକପ୍ ୨୦୨୩ ରେ ଗତକାଲି ଚମତ୍କାର ପ୍ରଦର୍ଶନ କରିଥିଲା ଭାରତୀୟ ଦଳ । ଲଗାତାର ୯ ଟି ବିଜୟ ପରେ ଭାରତୀୟ ଦଳ ସେମିଫାଇନାଲରେ ସ୍ଥାନ ହାସଲ କରିଛି । ଆସନ୍ତା ଫାଇନାଲ ପାଇଁ ଭାରତୀୟ ଦଳ ସ୍ଥାନ ପକ୍କା କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ମୁମ୍ବାଇର ହୋଟେଲ ଛାଡି ଅହମ୍ମଦାବାଦ ଫାଇନାଲ ଖେଳିବାକୁ ଯାଉଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଇଛି ଯେ ଭାରତୀୟ ଦଳର ସମସ୍ତ ଖେଳାଳି ମୁମ୍ବାଇର ହୋଟେଲ ଛାଡିବା ପରେ ବସ୍ ଯୋଗେ ବିମାନବନ୍ଦର ଅଭିମୁଖେ ଯାଉଛନ୍ତି । ଯେଉଁଥିରେ ଦଳର ଅଧିନାୟକ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ରାହୁଲ ଦ୍ରାବିଡଙ୍କ ସହ ବିରାଟ କେହାଲି ମଧ୍ୟ ନଜର ଆସିଛନ୍ତି । ବସ୍ ଆଗରେ ବସିଥିବା ଅଧିନାୟକ ରୋହିତ ଶର୍ମା ହାତ ହଲାଇ ଆଙ୍ଗୁଠିକୁ ଉପରକୁ ଦେଖାଇ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ତେବେ ଆଜି ଅର୍ଥାତ ନଭେମ୍ବର୧୬ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଉଛି । ଆଜି ଏହି ମ୍ୟାଚରେ ଜିଏ ଜିତିବ ସେ ଫାଇନାଲରେ ଭାରତ ସହିତ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ୍ ଖେଳିବ ।

Leave a Reply

Your email address will not be published. Required fields are marked *