Pratidin TV

Odisha's Digital News Platform

ସରିଲା ଆଇପିଏଲ , T-20 ବିଶ୍ୱକପ ପାଇଁ ନ୍ୟୁୟର୍କରେ ପହଞ୍ଚିଲା ଟିମ ଇଣ୍ଡିଆ ..

1 min read

ସରିଲା ଆଇପିଏଲ ଏବେ ଜୁନ2ରୁ ଆରମ୍ଭ ହେବାକୁ ଯାଉଛି ଟି20 ବିଶ୍ବକପ ।  ଜୁନ 5 ତାରିଖରୁ ବିଶ୍ୱକପ ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଟି20 ବିଶ୍ବକପ ଖେଳିବାକୁ  ଦଳର ପ୍ରଥମ ବ୍ୟାଚ୍ ନ୍ୟୁୟର୍କରେ ପହଞ୍ଚିଛି।  ଯାହାର ଏକ ଭିଡିଓ ବିସିସିଆଇ ତାର ସୋସିଆଲ ମିଡ଼ିଆ ରେ ସେୟାର କରିଛି । ଭିଡିଓ ସେୟାର କରିବାବେଳେ ବିସିସିଆଇ ଲେଖିଛି, ‘ଟଚ୍ ଡାଉନ୍ ନ୍ୟୁୟର୍କ । ବିସିସିଆଇ ଦ୍ୱାରା ପ୍ରକାଶିତ ଭିଡିଓରେ ସମସ୍ତ ଖେଳାଳି ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି ।

ଟି -20 ବିଶ୍ୱକପ ପାଇଁ କିଛି ଖେଳାଳି ଆମେରିକାରେ ପହଞ୍ଚିଛନ୍ତି। ଦ୍ୱିତୀୟ ବ୍ୟାଚ୍ ଆଜି ଯାତ୍ରା ଆରମ୍ଭ କରିବେ । ଆଇପିଏଲ୍ 2024 ର ଫାଇନାଲ୍  ମ୍ୟାଚ ହେତୁ ବିସିସିଆଇ ଖେଳାଳିଙ୍କୁ 2 ଟି ବ୍ୟାଚ୍ ପଠାଇବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଚ୍ 25ରେ ଉଡାଣ ଭରିଥିଲା । ଏହି ବ୍ୟାଚରେ  ଯଶସ୍ୱୀ ଜୟସୱାଲ, ସଞ୍ଜୁ ସାମସନ, ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ନାହାଁନ୍ତି ।  ବାକି ସମସ୍ତ ଖେଳାଳି ଅଛନ୍ତି ।   ଗତ ବିଶ୍ୱକପ ରେ ଭାରତ ଠାରୁ ଟ୍ରଫି ଚାଦନେଇଥିଲା କଙ୍ଗାରୁ ଦଳ  । ହେଲେ ଏହି ଟି20 ବିଶ୍ବକପରେ ଟ୍ରଫି ହାତେଇବାକୁ ଆଶା ରଖିଛନ୍ତି ଭାରତୀୟ । 

Leave a Reply

Your email address will not be published. Required fields are marked *