Pratidin TV

Odisha's Digital News Platform

(ଭିଡିଓ) ଭାରତର ଦମଦାର ବିଜୟ, ସେମି ଫାଇନାଲରେ ପ୍ରଥମ ଦଳ ଭାବେ ମାରିଲା ଏଣ୍ଟ୍ରି..

1 min read

ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଏକ ଆଲୋଡ଼ନ ସୃଷ୍ଟି କରିଛି । ଭାରତ ତାର ସପ୍ତମ ମ୍ୟାଚରେ ଶ୍ରୀଲଙ୍କାକୁ ୩୦୨ ରନରେ ପରାସ୍ତ କରିଛି । ଏଥିସହି ସେମିଫାଇନାଲରେ ନିଜ ସ୍ଥାନ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରିବାରେ ଟିମ୍ ଇଣ୍ଡିଆ ହେଉଛି ପ୍ରଥମ ଦଳ । ମାର୍ଜିନ୍ ରନ୍ ଦୃଷ୍ଟିରୁ ବିଶ୍ୱକପ ଇତିହାସରେ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ବିଜୟ । ଭାରତୀୟ ଦଳ ଯେଉଁଭଳି ବ୍ୟାଟିଂ କରିଥିଲା, ଏଥିରୁ ଜଣାପଡୁଛି ଯେ ଏହା ୫୦ ବର୍ଷର ଦିନିକିଆ ଇତିହାସରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଛି । ବିଶ୍ୱକପରେ ଲଗାତର ସପ୍ତମ ବିଜୟ ହାସଲ କରିଛି ରୋହିତ ବାହିନୀ । ଭାରତର ବିରାଟ ୩୫୮ ରନ ଟାର୍ଗେଟର ପିଛା କରି ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲ ଆଉଟ ହୋଇଛି ।

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା । ୩୫୮ ରନ ଟାର୍ଗେଟର ପିଛା କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଏପରିକି ମାତ୍ର ୩ ରନରେ ଲଙ୍କା ଦଳ ପ୍ରଥମ ୪ଟି ୱିକେଟ ହରାଇଥିଲା । ଏହା ପରେ ଗୋଟେ ପରେ ଗୋଟେ ୱିକେଟ ପଡିବାରେ ଲାଗିଥିଲା । ଟସ୍ ଜିଣି ପ୍ରଥମେ ଭାରତ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଛି ଟିମ ଇଣ୍ଡିଆ । କ୍ୟାପଟେନ ରୋହିତ ଶର୍ମା ୪ରେ ଆଉଟ ହୋଇ ଭାରତକୁ ପ୍ରଥମ ଝଟକା ଦେଇଥିଲେ । ହେଲେ ଏହାପରେ ବିରାଟ କୋହଲି ଓ ଶୁବମନ୍ ଗିଲ ଦ୍ୱିତୀୟ ୱିକେଟ୍‌ରେ ଶତକୀୟ ଭାଗିଦାରୀ କରିଥିଲେ । ଗିଲ୍ ୯୨ ଓ କୋହଲିଙ୍କ ୮୮ ରନ କରି ଆଉଟ ହୋଇଥିଲେ । ପରେ ଶ୍ରେୟସ ଅୟାର ମଧ୍ୟ ୮୨ ରନର ଦମଦାର ଇନିଂସ ଖେଳିଥିଲେ । ଶେଷ ଭାଗରେ ରବୀନ୍ଦ୍ର ଜାଡେଜା୍ ଉପଯୋଗୀ ୩୫ ରନ୍ କରି ଭାରତର ସ୍କୋରକୁ ୩୫୦ ପାର କରିଥିଲେ ।

Advertisement

ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ଏସିଆ କପ ଫାଇନାଲର ସ୍ମୃତିକୁ ତାଜା କରିଛି । ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ବ୍ୟାଟିଂକୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଛିନଛତ୍ର କରି ଦେଇଥିଲେ ।ଶ୍ରୀଲଙ୍କା ତା’ ଇନିଂସର ପ୍ରଥମ ବଲରେ ପଥୁମ ନିଶଙ୍କାଙ୍କୁ ହରାଇଥିଲା । ବୁମ୍ରା ତାଙ୍କୁ ଆଉଟ କରିଥିଲେ । ଏହାପରେ ଆସିଥିଲେ ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ଘାଇଲା କରିଥିବା ମହମ୍ମଦ ସିରାଜ । ସେ ନିଜର ପ୍ରଥମ ଓଭ‌ରେ ଦୁଇଟି ୱିକେଟ ନେଇଥିଲେ ।ପରବର୍ତ୍ତୀ ଓଭ‌ର୍ରେ କୁଶଲ ମେଣ୍ଡିସଙ୍କୁ ଆଉଟ କରି ଶ୍ରୀଲଙ୍କାର ସ୍କୋରକୁ ୩ ରନରେ ୪ ୱିକେଟ କରି ଦେଇଥିଲେ । ପ୍ରଥମ ୯ ଓଭ‌ରେ ବୁମ୍ରା ଓ ସିରାଜ ୧୪ ରନ ଦେଇ ୪ ୱିକେଟ ନେଇଥିଲେ ।

୧୦ମ ଓଭର ନେଇ ଆସିଥିଲେ ମହମ୍ମଦ ଶାମି । ସେ ଚରିଥ ଅସଲଙ୍କା ଓ ଦୁଶନ ହେମନ୍ତାଙ୍କୁ ଆଉଟ କରି ଶ୍ରୀଲଙ୍କାକୁ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଥିଲେ । ଶ୍ରୀଲଙ୍କା ୧୪ ରନରେ ୬ ୱିକେଟ ହରାଇଥିଲା । ଏହାପରେ ଶାମି ଦୁଷ୍ମନ୍ତ ଚାମୀରା ଓ ଆଞ୍ଜେଲୋ ମାଥ୍ୟୁସଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ସେ କସୁନ ରଜିଥାଙ୍କୁ ଆଉଟ କରି ମ୍ୟାଚ୍‌‌ରେ ୫ମ ୱିକେଟ ଦଖଲ କରିଥିଲେ ।ଶେଷରେ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କାର ଦିଲସାନ ମଧୁଶଙ୍କାଙ୍କୁ ଆଉଟ କରି ୧୯.୪ ଓଭ‌ରେ ୫୫ ରନ କରିଥିବା ଲଙ୍କା ବାହିନୀର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ ।

Leave a Reply

Your email address will not be published. Required fields are marked *