Pratidin TV

Odisha's Digital News Platform

Asia cup 2023 ; କିଏ କରିବ ଓପନିଂ ? ରୋହିତ ଶର୍ମା ,ଇଶାନ କିଶନ ନା ଶୁବମନ୍ ଗିଲ୍ !

ନୂଆଦିଲ୍ଲୀ ; ଏସିଆକପକୁ ନେଇ ଦର୍ଶକଙ୍କ ମନରେ ଯେତିକି ଉତ୍ସାହ ରହିଛି । ଟିମ୍ ଇଣ୍ଡିଆ ଆଗରେ ସେତିକି ଦ୍ୱନ୍ଦ । ଟିମ୍ ଇଣ୍ଡିଆ ଆଗରେ ଓପନିଙ୍ଗ୍‌କୁ ନେଇ ଲାଗିରହିଛି ବଡ ଦ୍ୱନ୍ଦ । କାରଣ ଏହି ଓପନିଂ ଦୈଡରେ ସାମିଲ ଅଛନ୍ତି ମହାରଥି । ତେବେ କିଏ କରିବ ଇଣ୍ଡିଆର ୧୧ ତମ ଏସିଆ କପ୍ ଓପନିଂ । ଇଶାନ କିଷନ,ରୋହିତ ଶର୍ମା ଓ ଶୁବମନ ଗିଲଙ୍କୁ ନେଇ ଓପନିଂ ଦୈଡ । କାରଣ ଏଥିରେ ଯେଉଁ ଯୋଡି ଓପନିଂ କରିବ ସେ ହିଁ ବିଶ୍ୱ କପ୍‌ରେ ଓପନର ରହିବ । ତେବେ ଏସବୁ ଦ୍ୱନ୍ଦ ଭିତରେ ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ବିକଳ୍ପ ରହିଛି । ଯଦି ଏହି ୩ ଜଣଙ୍କ ମଧ୍ୟରେ ଏକ ପ୍ରତିଯୋଗି କରାଯିବ ।

କିଛି ଦିନ ପୂର୍ବରୁ ନମ୍ବର ୪ରେ କିଏ ଖେଳିବ? ୫ ନମ୍ବରରେ କିଏ ଖେଳିବ? ଏହି ଦୁଇ ସ୍ଥାନକୁ ନେଇ ଭାରତ ଦ୍ୱନ୍ଦରେ ରହିଥିବାବେଳେ ଓବେ ଓପନିଂକୁ ନେଇ ସେହି ସମାନ ସଙ୍କଟ ଦେଖିବାକୁ ମିଳିଛି । ଏବେ ପ୍ରଶ୍ନ ଉଠୁଛି ୱେଷ୍ଟଇଣ୍ଡିଜ ଗସ୍ତରେ ଇଶାନ କିଷାନ ଯେଉଁଭଳି ପ୍ରଦର୍ଶନ କରିଥିଲେ ତାହାକୁ ନଜରରେ ରଖି କଣ ତାଙ୍କୁ ଓପନିଂ ଦିଆଯିବ କି? ଯଦି ଦିଆଗଲା ତ ଗିଲ ଆଉ ରୋହିତଙ୍କ ଭିତରୁ ଜଣଙ୍କୁ ଓପନିଂ ଛାଡିବାକୁ ପଡିବ । ଏହି ୩ ଜଣ ହିଁ ଏବେ ଓପନିଂରେ ଭଲ ପ୍ରଦର୍ଶନ କରୁଛନ୍ତି ଏହା ଆମେ କହୁନୁ ଏହା ୨୦୧୯ ପରର ରେକର୍ଡ ହିଁ କହୁଛି ।

ଧରାଯାଉ ଥରେ ଶୁଭମାନ ଗିଲ କିମ୍ବା ରୋହିତ ଶର୍ମା କିମ୍ବା ଇଶାନ କିଶନ ଙ୍କ ମଧ୍ୟରୁ କିଏ ଜଣେବି ଯଦି ଓପନିଂ କରିବ ନାହିଁ । ତେବେ ଏହି ତିନୋଟି ମଧ୍ୟରୁ କୌଣସିଟିର ନୂତନ ସ୍ଥିତି କ’ଣ ହେବ? ଗତ କିଛି ବର୍ଷ ମଧ୍ୟରେ ରୋହିତ ଶର୍ମା କିପରି ଓପନର୍ ଭାବରେ ହଇଚଇ ସୃଷ୍ଟି କରୁଛନ୍ତି ତାହା କାହାଠାରୁ ଲୁଚି ନାହିଁ। ଶୁଭମାନ ଗିଲ ମଧ୍ୟ ଓପନର୍ ଭାବରେ ସୁପର ହିଟ୍ ହୋଇଛନ୍ତି।

ତେବେ ଏସିଆ କପ୍ ରେ ଓପନର ଭାବେ ସଭିଙ୍କ ପ୍ରଥମ ପସନ୍ଦ ଓ ଚଏସ୍ ରୋହିତ ଶର୍ମା ଅଟନ୍ତି । ଏହି ଏସିଆ କପ୍ ପରେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ଖେଳିବାକୁ ପଡିବ। ତା’ପରେ ୫ ଅକ୍ଟୋବରରୁ ବିଶ୍ୱକପ୍ ୨୦୨୩ ଆରମ୍ଭ ହେବ । ୨୦୧୯ ବିଶ୍ୱକପରେ ରୋହିତ ୬୪୮ ରନ୍ ସଂଗ୍ରହ କରିଥିବାବେଳେ ତାଙ୍କ ବ୍ୟାଟ୍ ମଧ୍ୟ ୫ ଶତକ ହାସଲ କରିଛି। ରୋହିତ କୌଣସି ଗୋଟିଏ ଦିନିକିଆ ବିଶ୍ୱକପ୍ରେ ଶତକ ହାସଲ କରିବାକୁ ଖେଳାଳି ହୋଇଥିଲେ। ୨୦୧୯ ବିଶ୍ୱକପ ପରେ ହିଟମ୍ୟାନ୍ ଓପନର୍ ଭାବରେ ୨୭ ଟି ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚଗୁଡିକରେ ସେ ହାରାହାରି ୪୪.୬୪ ରେ ୧୧୧୬ ରନ୍ ସ୍କୋର କରିଛନ୍ତି। ଯଥା ଏହାର ଅର୍ଥ ରୋହିତଙ୍କ ଓପନର୍ ଭାବରେ ଖେଳିବା ସ୍ଥିର ହୋଇଛି କିନ୍ତୁ ବର୍ତ୍ତମାନ ତାଙ୍କ ପାର୍ଟନର ଉପରେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *