Pratidin TV

Odisha's Digital News Platform

ଟିମ୍ ଇଣ୍ଡିଆକୁ ମିଳିଲା ବିମାନ ବନ୍ଦରରେ ୱାଟର କାନନ ସାଲ୍ୟୁଟ

1 min read

ବିଶ୍ୱକପ ଟ୍ରଫି ଧରି ସ୍ୱଦେଶ ମାଟିରେ ଟିମ୍ ଇଣ୍ଡିଆର ଖେଳାଳୀ । ୱେଷ୍ଟଇଣ୍ଡିଜର ବାର୍ବାଡସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲେ ଭାରତୀୟ ଟିମ। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଆଜି ଦିଲ୍ଲୀରେ ପହଞ୍ଚିଲେ ଭାରତୀୟ ଟିମ। ବିଶ୍ୱ ବିଜୟୀ ଦଳର ଖେଳାଳିମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସାରି ସେଠାରୁ ଚାଟାର୍ଡ ବିମାନ ଯୋଗେ ମୁମ୍ବାଇ ଯିବେ। ଗୁରୁବାର ଦିନ ସନ୍ଧ୍ୟାରେ ମୁମ୍ବାଇରେ ହୋଇଥିଲା ଗ୍ରାଣ୍ଡ ସେଲିବ୍ରେସନ। ଖେଳାଳିମାନେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚି ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ କରିଥିଲେ ।

ସୂଚନା ଅନୁଯାୟୀ, ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆର ଖେଳାଳୀ ଆସିଥିବା ବିମାନକୁ ପାଣି ପକାଇ (ୱାଟର କାନନ ସାଲ୍ୟୁଟ) ଜରିଆରେ ସ୍ୱାଗତ କରାଯାଇଥିଲା । ଏଭଳି ସ୍ୱାଗତ କୌଣସି ନୂଆ ବିମାନ କିମ୍ବା ନୂଆ ବିମାନବନ୍ଦରକୁ ଆସୁଥିବା ପ୍ରଥମ ବିମାନକୁ ଦିଆଯାଇଥାଏ । ସେହିଭଳି ବିମାନ ସେବା କ୍ଷେତ୍ରରେ ବିଶେଷ ଉପଲବ୍ଧି ହାସଲ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଭଳି ସ୍ୱାଗତ କରାଯାଇଥାଏ । କିନ୍ତୁ ଏସବୁ ବାଦ୍ ପ୍ରଥମଥର ପାଇଁ ବିଶ୍ୱବିଜେତା ଦଳ ଆସୁଥିବା ବିମାନକୁ ଏଭଳି ସ୍ୱାଗତ କରାଯାଇଛି ।

ବାର୍ବଡୋସରୁ ବିଶ୍ୱବିଜେତା ଦଳ ଫେରିବା ପରେ ଖେଳାଳୀଙ୍କୁ ଭବ୍ୟ ରୋଡ ସୋ’ ଜରିଆରେ ସ୍ୱାଗତ କରିଥିଲେ । ଲକ୍ଷାଧିକ ଫ୍ୟାନ୍ ମେରାଇନ ଡ୍ରାଇଭରେ ଏକତ୍ରୀତ ହୋଇ ଖେଳାଳୀଙ୍କୁ ସ୍ୱାଗତ କରିଥିଲେ |

Leave a Reply

Your email address will not be published. Required fields are marked *