Pratidin TV

Odisha's Digital News Platform

କ୍ରିକେଟ୍ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ; ଜାଣନ୍ତୁ ଦଳରେ ସାମିଲ ହେଲେ କେଉଁମାନେ?

1 min read

ନୂଆଦିଲ୍ଲୀ : କ୍ରିକେଟ ପ୍ରେମୀଙ୍କ ପାଇଁ ବଡ ଖବର । ବିଶ୍ୱ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆଜି ଏକ ପ୍ରେସମିଟ୍‌ରେ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି।

୨୦୨୩ ବିଶ୍ୱକପ୍‌ରେ ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳାଯିବ । ଏହାସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଦଳରେ କେ.ଏଲ ରାହୁଲ ଓ ଶ୍ରେୟସ ଆୟର ସାମିଲ ହୋଇଥିବା ବେଳେ ସଞ୍ଜୁ ସାମସନ ଓ ତିଲକ ବର୍ମା ବାଦ୍ ପଡିଛନ୍ତି । ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ବିଶ୍ୱକପ ଦଳରେ ସ୍ଥାନ ପାଇନାହାନ୍ତି।
ଏନେଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଦଳରେ ଅଧିକ ଅଲରାଉଣ୍ଡରଙ୍କୁ ନେବାକୁ ଚାହୁଁଥିଲୁ । ତେଣୁ କିଛି ଭଲ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇପାରି ନାହିଁ ।

Advertisement

ବିଶ୍ୱକପ୍ ପାଇଁ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆ – ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍, ଈଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର,କେ.ଏଲ୍ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ।

Leave a Reply

Your email address will not be published. Required fields are marked *