ଦକ୍ଷିଣ-ଆଫ୍ରିକା ମାଟିରେ ଟି-ଟ୍ୱେଣ୍ଟି ସିରିଜ ଜିତିଲା ଟିମ୍ ଇଣ୍ଡିଆ
1 min readଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ଟି-୨0 ସିରିଜ କବଜା କଲା ଟିମ ଇଣ୍ଡିଆ | ଘରୋଇ ଦକ୍ଷିଣ ଆଫ୍ରିକାକୁ ୪ ଟିକିଆ ଟି-୨0 ସିରିଜ ମ୍ୟାଚର ୩-୧ ରେ ମାତ ଦେଇ ଭାରତ ଜିତିଛି |
୪ର୍ଥ ସିରିଜ ମ୍ୟାଚରେ ଭାରତ ପ୍ରଥମ ଟସ ଜିତି ବବ୍ୟାଟିଂ କରିଥିଲା | ବ୍ୟାଟିଂ କରି ଭାରତ କରିଥିଲା ୨୮୩ ରନ | ଯାହା ଜବାବରେ ଦକ୍ଷିଣ ଆଫ୍ରିକା ୧୪୮ରନରେ ଅଲଆଉଟ ହୋଇଥିଲା | ଶେଷ ମ୍ୟାଚରେ ରେକର୍ଡ ବର୍ଷା ସହ ୧୩୫ ରନରେ ମ୍ୟାଚକୁ ଜିତି ନେଇଛି ଭାରତ।
ସୂଚନା ଅନୁଯାୟୀ, ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମଥର ପାଇଁ ଗୋଟିଏ ଇନିଂସରେ କୌଣସି ଦେଶର ଦୁଇ ଜଣ ବ୍ୟାଟର ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ତିଲକ ଦ୍ୱିତୀୟ ଭାରତୀୟ ଭାବେ ଲଗାତାର ଦୁଇଟି ମୁକାବିଲାରେ ଦୁଇଟି ଶତକ ହାସଲ କରିଛନ୍ତି। ପ୍ରଥମ ଓଭରରେ ଜୀବନଦାନ ପାଇବା ପରେ ଅଭିଷେକ ଶର୍ମା ୩୬ ରନ୍ କରି ଆଉଟ ହୋଇଥିଲେ। ପରେ ସଂଜୁ ସାମସନ ଓ ତିଳକ ବର୍ମା ଚୌକା ଛକା ବର୍ଷା କରିଥିଲେ। ତିଳକ ବର୍ମା ୪୭ ବଲରୁ ୧୨୦ ରନ କରିଥିବା ବେଳେ, ସଞ୍ଜୁ ସାମସନ ୫୬ ବଲରୁ ୧୦୯ ରନ ହାସଲ କରିଥିଲେ। ଜବାବରେ ୧୮୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ସମସ୍ତ ଓ୍ବିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେର ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ।