Pratidin TV

Odisha's Digital News Platform

ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ …

1 min read

ନୂଆ ଜର୍ସି ପିନ୍ଧି ବିଶ୍ୱକପରେ ପଡିଆକୁ ଓହ୍ଲାଇବେ ରୋହିତ ବାହିନୀ । ଟି-୨୦ ବିଶ୍ୱକପ ପାଇଁ ଆଜି ଟିମ ଇଣ୍ଡିଆର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି। ନିଆରା ଷ୍ଟାଇଲ ରେ ଜର୍ସିକୁ ସାର୍ବଜନୀନ କରିଛି ଭାରତୀୟ ଦଳ ।  ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ହେଲିକପ୍ଟର ଜରିଆରେ ଜର୍ସିକୁ ଉନ୍ମୋଚିତ କରାଯାଇଛି। ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଦିଦାସ୍‌‌ ପକ୍ଷରୁ ଲଞ୍ଚ ବେଳର ଏକ ଭିଡ଼ିଓକୁ ଏକ୍ସ ଆକାଉଣ୍ଟରେ ସେୟାର  କରାଯାଇଛି।

ଜର୍ସି ଲଞ୍ଚ ସମୟରେ କ୍ୟାପଟେନ ରୋହିତ ଶର୍ମାଙ୍କ ସହ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଉପସ୍ଥିତ ରହିଛନ୍ତି। ଏହି ଜର୍ସି ପିନ୍ଧି ଭାରତୀୟ ଦଳ ଟି-୨୦ ବିଶ୍ୱକପ ଖେଳିବେ। ଜୁନ ୨ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଟି-୨୦ରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ରହିଛନ୍ତି ।

Leave a Reply

Your email address will not be published. Required fields are marked *