Pratidin TV

Odisha's Digital News Platform

ବାର୍ବାଡସ୍‌ରେ ଟିମ ଇଣ୍ଡିଆ ର ବାଟ ଓଗାଳିଛି ଘୂର୍ଣ୍ଣିଝଡ଼, ଭାରତରୁ ଯିବ ସ୍ୱତନ୍ତ୍ର ବିମାନ |

1 min read

ବାର୍ବାଡସ୍‌ରେ ଫସିଚି ଟିମ ଇଣ୍ଡିଆ | ବାଟ ଓଗାଳିଛି ଘୁର୍ଣ୍ଣିଝଡ଼ | ବିଶ୍ୱ ବିଜୟୀ ଟିମ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼ | ଫଳରେ ସେମାନେ ବାର୍ବାଡସ୍‌ରେ ଅଟକି ଯାଇଛନ୍ତି | ବିମାନ ଉଡାଣ ପାଇଁ ପାଗ ଅନୁକୂଳ ଥିବାରୁ ବିଶ୍ୱ ବିଜୟୀ ଟିମ ଭାରତ ଫେରିବାକୁ ବିଳମ୍ବ ହେଉଛି |

ଅଣ୍ଟାଟିକାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବର୍ତ୍ତମାନ ଇଷ୍ଟ-ସାଉଥ ଏବଂ ଇଷ୍ଟ ବାର୍ବାଡସ୍‌ରୁ ୫୭0 କିମି ଦୂରରେ ରହିଛି | ଏହା ବର୍ତ୍ତମାନ ୨୧0 କିମି ବେଗରେ ଆଗକୁ ବଢୁଛି | ଟିମ ଇଣ୍ଡିଆର ସଦସ୍ୟ ହୋଟେଲ ରହିଥିବା ବେଳେ ତାହା ସମୁଦ୍ର ନିକଟରେ ଅବସ୍ଥିତ | ଏଣୁ ତାହା ଅଧିକ କ୍ଷତି ହେବ ବୋଲି ଆକଳନ କରାଯାଉଛି |

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟିମ ଇଣ୍ଡିଆ ସଦସ୍ୟମାନେ ପ୍ରଥମେନ୍ୟୁୟର୍କ ଯାଇଥାନ୍ତେ | ସେଠାରେ ସେମାନେ ଦୁବାଇ ଯାଇ ଭାରତ ଫେରିଥାନ୍ତେ | ଗତକାଲି ୮ ଟା ୩0 ରେ ବିମାନରେ ଉଡାଣ ଭରିବେ ବୋଲି ସ୍ଥିର ହୋଇଥିଲା | କିନ୍ତୁ ସାମୁଦ୍ରିକ ଝଡ଼ ବାଟ ଓଗାଳିଛି | ତେଣୁ ତୁରନ୍ତ ଟିମ ସଦସ୍ୟ ମାନଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇବାକୁ ପ୍ରୟାସ କରିଛନ୍ତି ନେତା ଠୁ ମନ୍ତ୍ରୀ |

ଟିମ ଇଣ୍ଡିଆ BCCI ଅଫିସିଆଲି ଏବଂ ଟିମ ପରିବାର ସଦସ୍ୟଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା BCCI ପକ୍ଷରୁ କରାଯାଇଥିବା ଜଣାପଡିଛି | ଏପରିକି ଏହି ବିବାଦରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଛି |

Leave a Reply

Your email address will not be published. Required fields are marked *