Pratidin TV

Odisha's Digital News Platform

ଦିଲ୍ଲୀରେ ଅଣାୟତ୍ତ କୃଷକ ଆନ୍ଦୋଳନ , ଲୁହାବୁହା ଗ୍ୟାସ ପ୍ରୟୋଗ କଲା ପୋଲିସ୍ ..

1 min read

ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨ଶହରୁ ଅଧିକ ଚାଷୀ ସଙ୍ଗଠନ । ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମ୍‌ଏସ୍ପି ଉପରେ ଆଇନଗତ ଗ୍ୟାରେଂଟି, ଏମ୍‌ଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ ଏବଂ ପେନସନ୍ ବ୍ୟବସ୍ଥା, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଣିବା । ହଜାର ହଜାର ଚାଷୀ ଟ୍ରାକ୍ଟର ଓ କାର ମାଧ୍ୟମରେ ଦିଲ୍ଲୀରେ ପହଞ୍ଚି ଆନ୍ଦୋଳନ କରିଛନ୍ତି । ତେବେ ଏବେ ଚାଷୀ ଆନ୍ଦୋଳନ ଅଣାୟତ୍ତ ହୋଇପଡିଛି । ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ସ୍ଥିତି ଅଣାୟତ ହୋଇଛି । ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛି । ସିମେଣ୍ଟ ବ୍ୟାରିକେଡ୍ ଭାଙ୍ଗିଛନ୍ତି କୃଷକ । ଏଥିସହ ପୁଲିସ ଉପରକୁ ପଥରମାଡ଼ ମଧ୍ୟ କରିଛନ୍ତି । ଫଳରେ ପୁଲିସ ଡ୍ରୋନ ସହାୟତାରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ପାଣି ମାଡ଼ କରିଛି । ଏହା ଦ୍ୱାରା ସ୍ଥିତି ଆହୁରି ବିଗିଡି ଯାଇଛି । ସେପଟେ କୃକଷମାନେ ପୁଲିସର ଲୁହାବୁହା ଗ୍ୟାସରୁ ବର୍ତ୍ତିବା ପାଇଁ ଉପାୟ ଖୋଜି ବାହାର କିରଛନ୍ତି । ଟ୍ରାକ୍ଟର ଚଳାଥିବା କୃଷକମାନେ ମୁହଁରେ ଗ୍ୟାସ୍ ମାସ୍କ ଲଗାଇଛନ୍ତି । ପୁଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି । କୃଷକମାନଙ୍କ ଆନ୍ଦୋଳନକୁ ରୋକିବା ପାଇଁ ପୁଲିସ୍ ଚେଷ୍ଟା ଜାରି ରଖିଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମା ସିଲ୍ କରିଛି ପୁଲିସ ପ୍ରଶାସନ । ବିଭିନ୍ନ ସ୍ଥାନରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଇଂଟରନେଟ ସେବା ବି ବନ୍ଦ କରାଯାଇଛି । ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି । ପଂଜାବ, ହରିୟାଣା ଓ ଉତରପ୍ରଦେଶର ୨ଶହରୁ ଅଧିକ ଚାଷୀ ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହରିୟାଣା ଦିଲ୍ଲୀ ଶମ୍ଭୁ, ସିଂଘୁ, ଝରୋଡ଼ା, ଟିକ୍ରି, ଗାଜିପୁର ସୀମା, ହରିୟାଣାର ବାହାଦୂରଗଡ଼ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସହ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । । ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବସିଥିଲା । ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ରାଜି ନହେବାରୁ ବୈଠକ ଫେଲ ମାରିଥିଲା । ଫଳରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି ଚାଷୀ ।

Advertisement

Leave a Reply

Your email address will not be published. Required fields are marked *