Pratidin TV

Odisha's Digital News Platform

(ଭିଡିଓ) ଟୁଟୁଙ୍କୁ ଜେଲରୁ ଆଣିବାକୁ ଯାଇଥିଲେ ଦୁଇ ପୁଅ, ତାଙ୍କୁ ଦେଖି ଟୁଟୁଙ୍କ ଆଖିରେ ଆସିଲା ଲୁହ!

1 min read

ଭୁବନେଶ୍ୱର: ମହିଳା ସାମ୍ବାଦିକାଙ୍କୁ ଧକ୍କା ମାରିବା ଘଟଣାରେ ଜେଲରୁ ମୁକୁଳି ସାରିଛନ୍ତି ପ୍ରୟୋଜକ ଟୁଟୁ ନାୟକ । ତାଙ୍କ ବିରୋଧରେ ମାମଲା କୋର୍ଟରେ ଚାଲିଥିବା ବଙ୍କଳ ପ୍ରଥମେ ତାଙ୍କ ଜାମିନ ଆବଦେନକୁ ଖାରଜ କରାଯାଇଥିଲା । ଯାହାଫଳରେ ସେ ୩ଦିନ ଜେଲରେ କାଟିଥିଲେ । ତେବେ ଗତକାଲି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଫଳରେ କାଲି ହିଁ ପ୍ରୟୋଜକ ଜେଲରୁ ମୁକୁଳିଛନ୍ତି । ତେବେ ସେ ଜେଲରୁ ବାହାରିବା ବେଳେ ତାଙ୍କୁ ନେବା ପାଇଁ ଆସିଥିଲେ ତାଙ୍କର ୨ପୁଅ । ବାପା ଜେଲରୁ ବାହାରୁଥିବା ବେଳେ ୨ପୁଅ ତାଙ୍କୁ ଚାରିପାଖରୁ ସୁରକ୍ଷା ଦେଉଥିବା ନଜର ଆସିଥିଲେ । ସନ୍ଧ୍ୟାରେ ଜେଲରୁ ମୁକୁଳିବା ପରେ ବାହାରୁକ ଆସୁଥିବା ବେଳେ ତାଙ୍କ ସାମ୍ନାରେ ତାଙ୍କର ୨ପୁଅ ଛିଡା ହୋଇଥିଲେ । ଯାହାକୁ ଦେଖି ସେ ଭାବୁକ ହୋଇ ପଡିଥିଲେ । ତେବେ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ୫୦ ହଜାର ଟଙ୍କା ଦେବା ସହ ଜଣେ ଜାମିନଦାର ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି ଭୁବନେଶ୍ୱରର ଏସଡିଜେମ କୋର୍ଟ । ଜେଲରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି ଅପେକ୍ଷାରେ ଥିଲେ ଅନେକ ସମ୍ବାଦିକ କିନ୍ତୁ ଯୁଟୁ ନାୟକ ପ୍ରତିକ୍ରିୟା ଦେବା ବଦଳରେ ୨ପୁଅଙ୍କ ସହ ସିଧାସଳକ କାରରେ ବସି ସେଠାରୁ ଚାଲି ଯାଇଥିଲୋ ।

Advertisement

Leave a Reply

Your email address will not be published. Required fields are marked *