Pratidin TV

Odisha's Digital News Platform

ନାବାଳିକା ଯାଇଥିଲେ ରଥ ମହୋତ୍ସବ ଦେଖି…….ବାଟରେ ଅପହରଣ ପରେ ୭ ଜଣ କଲେ କୁକର୍ମ

ତାମିଲନାଡ଼ୁରେ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର ସାମ୍ନାକୁ ଆସିଛି ମାମଲା | ଧାର୍ମିକ ଶୋଭାଯାତ୍ରାରେଯୋଗ ଦେବାକୁ ଯାଇଥିଲେ ୧ଟେଷ୍ଟର ବର୍ଷୀୟ ନାବାଳିକା | ହେଲେ ଅଟକି ବସିଥିଲେ ପିଶାଚ | ୭ ଜଣ ଅଭିଯୁକ୍ତ ଅପହରଣ କରି କଲେ ଗଣଦୁଷ୍କର୍ମ | ଏପରି ଏକ ଅମାନୁଷିକ ଘଟଣା ତାମିଲନାଡୁର ବୈଲ୍ଲାକୋବିଲରେ ଘଟିଛି | ସୂଚନା ପାଇବା ମାତ୍ରେ ପୋଲିସ ବିଭାଗରେ ଖେଳିଯାଇଥିଲା ଆତଙ୍କ | ଏବଂ ତୁରନ୍ତ ଏକ ଟିମ ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ଅଭିଯୁକ୍ତଙ୍କୁ କରିଥିଲା ଗିରଫ |

ସୂଚନା ମୁତାବକ ବୀର କୁମାରସ୍ବାମୀ ମୁରୁଗନ ମନ୍ଦିର କୋଂଗୁ ମଣ୍ଡଳର ପ୍ରାଚୀନ ମନ୍ଦିର ଭିତରେ ଅନ୍ୟତମ | ଏହି ସ୍ଥାନକୁ ବୈଲ୍ଲାକୋବିଲରେ ଜଣା | ଏହି ମନ୍ଦିରରେ ଆୟୋଜିତ ରଥଯାତ୍ରା ଉତ୍ସବ ଦେଖିବାକୁ ଗତ ମାର୍ଚ୍ଚ ୯ ତାରିଖରେ ୧୭ ବର୍ଷୀୟ ନାବାଳିକା ଜଣକ ଯାଇଥିଲା | ସେଠାରେ ନାବାଳିକା ଖରାପ ଆଖିର ହୋଇଥିଲେ ଶିକାର | ଅମାନୁଷିକ ଦୁର୍ବୁତ୍ତମାନେ ତାକୁ ଅପହରଣ କରି ନିଛାଟିଆ ସ୍ଥାନକୁ ନେଇଯାଇଥିଲେ | ଏବଂ ସେଠାରେ ୭ ଜଣ ଅଭିଯୁକ୍ତ ଜଣକ ପରେ ଜଣେ କରିଥିଲେ ଦୁଷ୍କର୍ମ | ଆଉ ଝିଅକୁ କାହାକୁ ନ କହିବା ପାଇଁ ଦେଇଥିଲେ ଧମକ |

ଅନ୍ୟପଟେ ପୀଡିତା ନାବାଳିକାଙ୍କୁ ପରିବାର ଲୋକ ଖୋଜ ଖୋଜି କରିବା ପରେ ନ ମିଳିବ ଯୋଗୁଁ ପୋଲିସରେ କରିଥିଲେ ଏତଲା | ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଖୋଜିବା ପରେ କାମାରାଜାପୁରକାମରୁ ଜଣେ ୩୨ ବର୍ଷୀୟ ଅଭିଯୁକ୍ତ ଏବଂ ଅନ୍ୟ ୨୯ ବର୍ଷୀୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ଏହା ପରେ, ଏହି ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା | ସେପଟେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ନେଇଥିଲା | ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛି | ଏବଂ ଅଧିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *