Pratidin TV

Odisha's Digital News Platform

କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ , ମାତ୍ର ୧୫ ଘଣ୍ଟାରେ ପୁଅକୁ ମିଳିଲା ବେଲ୍ ହେଲେ ବାପାକୁ ଜେଲ୍ ।

1 min read

ଗାଢି ଚଢାଇ ଦୁଇ ଜଣ ଯୁବକ ଯୁବତୀଙ୍କ ଜୀବନ ନେଇଗଲା ନାବାଳକ ପୁଅ ।ହେଲେ ଦଣ୍ଡ ଭୋଗିଲା ବାପା । ପୁଅକୁ ୧୮ ବର୍ଷ ନହେଉଣୁ ବାପା ଦେଇଦେଇଥିଲେ ଦାମୀ ପୋର୍ସେ ଗାଡିର ଚାବି । ଏହାର ସୁଯୋଗ ନେଇ ପୁଅ ଘଟାଇଲା ଏପରି ଘଟଣା ଯାହା ପଳରେ ଏବେ ଜେଲର ଚାରିକାନ୍ଥ ଭିତରେ ବାପା ।

ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୁଣେରେ ଜଣେ ବିଲ୍ଡରଙ୍କ ନାବାଳକ ପୁଅ ପୋର୍ସ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ ରେ ଥିବା ଜଣେ ଯୁବକ ଓ ଯୁବତୀଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ମୃତ୍ୟୁବରଣ କରିଥିବା ଦୁଇ ଜଣ ଇଞ୍ଜିନୟର ଥିବା ଜଣାପଡିଛି ।

ଦୁଇ ଇଞ୍ଜିନୟର

ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ନାବାଳକକୁ ଅଟକାଇ ପୋଲିସର ଜିମା ଦେଇଥିଲେ । କିନ୍ତୁ ଗିରଫର ୧୪ ଘଣ୍ଟା ମଧ୍ୟରେ ୧୭ ବର୍ଷୀୟ ନାବାଳକଙ୍କୁ କୋର୍ଟ କେତେକ ସର୍ତ୍ତ ରଖି ଜାମିନ ଦେଇଛନ୍ତି। ଏହି ସର୍ତ୍ତ ମଧ୍ୟରେ କୋର୍ଟ ନାବାଳକଙ୍କୁ “ସଡକ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ” ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିବାକୁ କହିଛନ୍ତି। ଜାମିନ ଶୁଣାଣିର ସବିଶେଷ ତଥ୍ୟ ସାର୍ବଜନୀନ କରାଯାଇ ନଥିଲେ ମଧ୍ୟ ପୁଲିସର ସୂଚନା ଅନୁସାରେ ନାବାଳକଙ୍କ ଜାମିନ ଆବେଦନର ଶୁଣାଣି ସମୟରେ କୋର୍ଟ କହିଥିଲେ, ଜାମିନ ନାମାଞ୍ଜୁର କରିବା ଭଳି ଅପରାଧ ଏହା ନୁହେଁ। ସେ ବେଲ୍ ପାଇପାରିବେ, କିନ୍ତୁ ଏଥିପାଇଁ ତାଙ୍କୁ କେତେକ ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ସର୍ତ୍ତ-
– “ସଡକ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ” ଉପରେ ୩୦୦ ଶବ୍ଦ ବିଶିଷ୍ଟ ପ୍ରବନ୍ଧ ଲେଖିବେ।
– ନିଶା ନିବାରଣ କେନ୍ଦ୍ରରେ ରହିବେ।
– ଟ୍ରାଫିକ୍ ପୁଲିସ ସହିତ ୧୫ ଦିନ କାମ କରିବେ।
– ଟ୍ରାଫିକ୍ ନିୟମ ଉପରେ ପଢିବା ପରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ଏ ଉପରେ ନିଜର ପ୍ରଜେଣ୍ଟେସନ ଦେବେ।
– ମାନସିକ ରୋଗର ପରୀକ୍ଷା ଏବଂ ଚିକିତ୍ସା କରାଇବେ।
– ଯଦି ଭବିଷ୍ୟତରେ କାହାକୁ ଦୁର୍ଘଟଣାରେ ଶିକାର ହେବାର ଦେଖନ୍ତି, ତେବେ ସାହାଯ୍ୟ କରିବେ।

ଅନ୍ୟପଟେ ସ୍ଥାନୀୟ ।ଞ୍ଚଳରେ ସମୃକ୍ତ ଦୁର୍ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଦ।ବି କରାଯାଇଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତ ନାବାଳକର ବିଲ୍ଡର ବାପାକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ସେ ଜଣ ଜଣାଶୁଣା ବିଲ୍ଡର ଭାବେ ବେଶ ପରିଚିତ ଥିଲେ । ନାବାଳକର ବୟସ ୧୭ ବର୍ଷ ହୋଇଥିବା ନେଇ ଅଧିକାରୀମାନେ କହିଛନ୍ତି । ବାରରେ ମଦ ପିଇବା ପରେ ଏଭଳି କାଣ୍ଡ କରିଥିବା ନେଇ ପୋଲିସ ପକ୍ଷରୁ ଦାବି କରାଯାଇଛି । ଯେହେତୁ ପୁଅ ନାବାଳକ ତେଣୁ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା ୭୫ ଏବଂ ୭୭ ଅନୁଯାୟୀ ଅଭିଯୁକ୍ତର ବାପା ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ନାବାଳକ ମଦ୍ୟପାନ କରିବା ପାଇଁ ବାର୍ ପ୍ରତିଷ୍ଠାନର ମାଲିକ ଏବଂ କର୍ମଚାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।”

Leave a Reply

Your email address will not be published. Required fields are marked *