Pratidin TV

Odisha's Digital News Platform

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟାନ୍ ହେଲା ତେହରିକ୍-ଏ-ହୁରିୟତ…

1 min read

ଜାମ୍ମୁକାଶ୍ମୀରକୁ ଆତଙ୍କବାଦୀ ମୁକ୍ତ କରିବା ପାଇଁ ଭାରତ ସରାକର ନେଇଛନ୍ତି ଆଉ ଏକ ବଡ଼ ନିଷ୍ପତ୍ତି । ତେହରିକ୍‌-ଏ-ହୁରିୟତ ବ୍ୟାନ୍ ଘୋଷଣା କଲେ କେନ୍ଦ୍ର ସରକାର । ମୁସଲିଗ୍ ଜମ୍ମୁ କାଶ୍ମୀର (ମସରତ ଆକମ ଗ୍ରୁପ) ପରେ ଏବେ ବିଚ୍ଛିନ୍ନତାବାଦୀ ସଙ୍ଗଠନ ତେହରିକ୍‌-ଏ-ହୁରିୟତ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟାନ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଅମିତ ଶାହା କହିଛନ୍ତି ଯେ ତେହେରିକ-ଏ-ହୁରିୟତ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା । ଏହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା । ତେହେରିକ-ଇ-ହୁରିୟତ ମଧ୍ୟ କାଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିଲା । ସେଠାରେ ଏହି ସଂଗଠନ ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିଲେ । ଗୃହମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ଆତଙ୍କବାଦକୁ ନେଇ ଶୂନ୍ୟ-ସହନଶୀଳତା ନୀତି ରହିଛି । ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ସଂଗଠନଗୁଡ଼ିକୁ ତୁରନ୍ତ ହଟାଇ ଦିଆଯିବ । ଅପରପକ୍ଷେ ଭାରତ ସରକାରଙ୍କ ପକ୍ଷରୁ ସୂଚନା ରହିଛି ଯେ ଏହି ତେହେରିକ-ଏ-ହୁରିୟତ ଆତଙ୍କବାଦୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଘାଟିରେ ଯବାନ ମାନଙ୍କ ଉପରେ ପଥର ମାଡ କରାଯିବାକୁ ସମର୍ଥନ କରୁଛି । ସଂଗଠନର ଲୋକମାନେ ଭାରତୀୟ ନିୟମ ପାଳନ କରନ୍ତି ନାହିଁ । କଶ୍ମୀରକୁ ଭାରତଠାରୁ ଅଲଗା ବୋଲି ଭାବନ୍ତି ।

Leave a Reply

Your email address will not be published. Required fields are marked *