Pratidin TV

Odisha's Digital News Platform

ପାକିସ୍ତାନ ଆର୍ମି ପୋଷ୍ଟ ଉପରେ ହେଲା ଆତ୍ମଘାତୀ ବିସ୍ଫୋରଣ,୨୩ ସୈନିକଙ୍କ ଚାଲିଗଲା ଜୀବନ..

1 min read

ଥରିଉଠିଲା ପାକିସ୍ତାର ଉତ୍ତର -ପଶ୍ଚିିମ ଅଂଚଳ । ପାକିସ୍ତାନ ଆର୍ମିବେସ୍ ଉପରେ ହେଲା ବଡଧରଣ ବିସ୍ଫୋରଣ । ଏହି ବିସ୍ଫୋରଣରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ତାଲିବାନ ସହ ଜଡ଼ିତ ଆତଙ୍କବାଦୀଙ୍କ ଦ୍ୱାରା ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ଆଫଗାନିସ୍ତାନ ସୀମାରେ ଡେରା ଇସମରାଇଲ ଖାନ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ଆତଙ୍କୀ । ଏଠାରେ ଥିବା ଏକ ପୋଲିସ ଷ୍ଟେସନକୁ କ୍ୟାମ୍ପ ଭାବେ ବ୍ୟବହାର କରୁଥିଲା ପାକିସ୍ତାନ ସେନା । ଶୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେଣୁ ସମସ୍ତେ ସାଧା ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତ ମୃତକମାନେ ସାମରିକ କର୍ମଚାରୀ ବୋଲି ଅନୁମାନ କରାଯାଉଛି ।ସେହିପରି ଏଥିରେ ୨୭ଜଣ ଆହତ ହୋଇଛନ୍ତି । ୩ଟି ଘର ଭୁଶୁଡ଼ିପଡ଼ିଛି । ଧ୍ୱଂସାବଶେଷରୁ ମୃତଦେହ ଗୁଡ଼ିକୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ଆତଙ୍କବାଦୀ ଏକ ବିସ୍ଫୋରକ ଭର୍ତ୍ତି ଟ୍ରକରେ ଆସି ଅତର୍କିତ ଆକ୍ରମଣ କରିଥିଲେ । ଯାହାଫଳରେ ବିସ୍ଫୋରଣ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *