Pratidin TV

Odisha's Digital News Platform

ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତର ଖାନାରେ ଭର୍ତ୍ତି ହେଲେ ଲାଲୁଙ୍କ ପୁଅ..

1 min read

ବିହାରର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଏବେ ଡାକ୍ତରଖାନାରେ । ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ତେଜ ପ୍ରତାପ । ଏହା ପରେ ତାଙ୍କୁ ତୁରନ୍ତ ପାଟଣାର ରାଜେନ୍ଦ୍ର ନାଗରରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସାରେ ନିୟୋଜିତ ଅଛନ୍ତି । ତେବେ ସେ ହସ୍ପିଟାଲରେ ଚିକିତ୍ସିତ ହୋଉଥିବା ବେଳେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି ।

ଯେଉଁଥିରେ ସେ ଅକ୍ସିଜେନ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ସୂଚନାନୁସାରେ, ତେଜ ପ୍ରତାପ ତାଙ୍କ ଘରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥିଲା । ଏନେଇ ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିଭିନ୍ନ ପରୀକ୍ଷା କରାଯିବା ପରେ ଏବେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *