Pratidin TV

Odisha's Digital News Platform

ନାଗିନ ଛାଡି ଫିଲ୍ମ କରିବେ ତେଜସ୍ୱୀ , ସୋସିଆଲ ମିଡିଆରେ ଦେଲେ କିଛି ଏପରି ହିଣ୍ଟସ୍‌

1 min read

ନୂଆଦିଲ୍ଲୀ : କଲର୍ସର ବହୁ ଲୋକପ୍ରିୟ ଚର୍ଚ୍ଚିତ ଶୋ ନାଗିନର ମୁଖ୍ୟ ଭୂମିକାରେ ନଜର ଆସୁଥିବା ତେଜସ୍ୱୀ ପ୍ରକାଶ ଦୃତଗତୀରେ ନିଜ ସଫଳତାର ପାହାଚ ଚଢିଚାଲିଛନ୍ତି । ନାଗିନ ପୂର୍ବରୁ କଲର୍ସର ସ୍ୱରାଗିନୀ, ସିଲସିଲା ବଦଲତେ ରିସ୍ତେକା ସହ ସଂସ୍କାର, ରସ୍ତେ ଲିଖେଙ୍ଗେ ହମ ନେୟା,ଖତରୋକେ ଖିଲାଡି-୧୦,କର୍ଣ୍ଣ ସଙ୍ଗିନୀ ସହ ବିଗ୍ ବସ୍‌ର ସିଜିନ -୧୫ ରେ ମଧ୍ୟ ନଜର ଆସିଥିଲେ ଏହି ଡ୍ର।ମା କୁଇନ । ସେଠାରେ କରନ କୁନ୍ଦ୍ରାଙ୍କ ସହ ଆରମ୍ଭ ହୋଇଯାଇଥିଲା ତାଙ୍କ ପ୍ରେମ ସମ୍ପର୍କ ଯାହାକୁ ନେଇ ବର୍ତ୍ତମାନ ଏହି ନାୟିକା ଜଣଙ୍କ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ।

ତେବେ କରନଙ୍କ ସହ ନିକଟରେ ଯାଇ ସେ ଉଭୟଙ୍କ ଏକ ଫ୍ଲାଟ୍ କିଣିଥିବାର ଖବର ମିଳିଥିଲା । ତେବେ ପୁଣି ଏକ ଖୁସିର ଚାବି ତାଙ୍କ ହାତରେ ଲାଗିଛି । ନିକଟରେ ଏକ ମରାଠୀ ଫିଲ୍ମକୁ ନେଇ ଏହି ଡ୍ରାମା କୁଇନ୍ ଜଣଙ୍କ ବ୍ୟସ୍ତ ରହୁଥିବା ଜଣାପଡିଥିଲା । କିନ୍ତୁ ଏହା କେତେଦୂର ସତ କେତେଦୂର ମିଛ ତାହା ସଠିକ୍ ଭାବେ ଜଣାପଡିନଥିଲା ବେଳେ ଗତକାଲି ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି ତେଜସ୍ୱୀ । ଯାହାକି ତାଙ୍କ କ୍ୟାରିୟରର ଫ୍ରଥମ ଫିଲ୍ମ । ଫିଲ୍ମର ନାମ ମନ କସ୍ତୁରୀରେ ରଖାଯାଇଥିବା ବେଳେ ଏଥିରେ ତେଜସ୍ୱୀଙ୍କ ସହ ଲିଡ୍‌ରୋଲରେ ନଜର ଆସିବେ ଅଭିନୟ ବରଦେ ।

Advertisement
mann kasturi marathi film poster

ସେହିପରି ଫିଲ୍ମଟି ୨୦୨୨ ନଭେମ୍ବର ୪ ରେ ବଡ ପରଦାରେ ମୁକ୍ତିଲାବ କରିବାକୁ ଯାଉଛି । ମିଳୁଥିବା ସୁଚନା ଅନୁ୍‌ଯାୟୀ ତେଜସ୍ୱୀ ଆଗକୁ ଆହୁରି ଏକ ଫିଲ୍ମ ସାଇନ କରିଛନ୍ତି । ନିର୍ଦ୍ଦ୍ରେଶକ ବିହାନ ସୂର୍ଯ୍ୟବଂଶୀ ଓ ରୋହିତ ସେଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟିର ନାମ ସ୍କୁଲ କଲେଜ ଆନି ଲାଇଫ୍ ରଖାଯାଇଛି । ତେବେ ଏସବୁ ଖବର ତେଜସ୍ୱୀଙ୍କ ଫ୍ୟନ୍ସ ପାଇବା ପରେ ହଜାର ହଜାର ଶୁଭେଛାର ସୁଅ ଛୁଟି ଆସୁଥିବା ବେଳେ, ଅନେକ ପ୍ରଶଂସକ ତାଙ୍କୁ ଆଉ ଆଗକୁ ନାଗିନ ଶୋରେ ଦେଖରବାକୁ ପାଇବେନି ବୋଲି ଆଶଙ୍କା କରିଛନ୍ତି ।

Leave a Reply

Your email address will not be published. Required fields are marked *