Pratidin TV

Odisha's Digital News Platform

ସରକାର ଲଗାଇଲା ଏହି ୩ ମେଡ଼ିସିନ ଉପରେ ରୋକ….କହିଲା ମେଡିସିନରେ ଅଛି ଚକଗୁଣ୍ଡ

1 min read

ଏହି ୩ ମେଡ଼ିସିନ ଉପରେ ଲାଗିଲା ରୋକ | ସରକାର ଲଗାଇଲା ରୋକ | କହିଲା ଖାଇଲେ ହେବ ରୋଗ | ତେବେ ତେଲେଙ୍ଗାନା ସରକାର ମେଗ ଲାଇଫ ସାଇନ୍ସ ପକ୍ଷରୁ ତିଆରି ହେଉଥିବା ସମସ୍ତ ଔଷଧ ସେବନ କିମ୍ବା ବ୍ୟବହାର କରିବା ବିରୋଧରେ ଲୋକାନଙ୍କୁ ସତର୍କ କରାଇଛି | ମେଡ଼ିସିନରେ ଅଛି ଖାଲି ଚକ ଗୁଣ୍ଡ ଓ ସ୍ଟ୍ରାଚ | ସେବନ ଦ୍ୱାରା ଦେଖା ଦେଇପାରେ ସ୍ୱାସ୍ଥ୍ୟଗତ ସମସ୍ୟା |

ତେବେ ସୂଚନା ମୁତାବକ, ତେଲେଙ୍ଗାନା ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ଆଡମିନଷ୍ଟ୍ରେସନ କହିବାନୁଯାୟୀ ମେଗ ଲାଇଫ ସାଇନ୍ସ ପକ୍ଷରୁ ଆସୁଥିବା MPOD 200, MEXCLAV 625, ଏବଂ CEFOXIM-CV ରେ କୌଣସି ପ୍ରକାର ସକ୍ରିୟ ଔଷଧୀୟ ଉପାଦାନ ନ ମିଳିବା ଯୋଗୁଁ ସରକାର ଲୋକଙ୍କୁ କରିଛି ସତର୍କ | ସେ କହିଛନ୍ତି ଏହି ୩ ମେଡିସିନରେ ଅଛି ଖାଲି ଚକ ଖଣ୍ଡ ଗୁଣ୍ଡ ଏବଂ ସ୍ଟ୍ରାଚ | ସୂଚନା ଅନୁସାରେ ଏହି ୩ଟି ଔଷଧ ସାଧାରଣତଃ ଜୀବାଣୁ ଏବଂ ଅନ୍ୟ ଭାଇରାଲ ରୋଗରୁ ବଞ୍ଚାଇବା ପାଇଁ କାମରେ ଆସିଥାଏ |

ଗତ ସପ୍ତାହରେ ତେଲେଙ୍ଗାନା ଡିସିଏ ଏବଂ ହାଇଦ୍ରାବାଦ ପୋଲିସର ମିଳିତ ଅପରେସନ୍ ପରେ ଉତ୍ତରାଖଣ୍ଡରେ ସମାନ ରାକେଟ ଧରାଯାଇଥିଲା | ଯେଉଁଥିରେ ସିପ୍ଲା ଏବଂ ଗ୍ଲାକ୍ସୋ ସ୍ମିଥକାଇନ୍ ପରି ଖ୍ୟାତିସମ୍ପନ୍ନ ଔଷଧ କମ୍ପାନୀ ଉତ୍ପାଦନକାରୀଙ୍କଠାରୁ ଚକ ପାଉଡର ଥିବା ନକଲି ଔଷଧ ମିଳିଥିଲା ।

ଏହି କମ୍ପାନୀର ଔଷଧ ଯେପରି ବନ୍ଦ ହେବ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିସିଏ ପକ୍ଷରୁ ସୂଚନା ମିଳିଛି | ଯଦି କେହି ଔଷଧର ବ୍ୟବହାର କିମ୍ବା ବିତରଣ କରୁଥିବା ଲୋକମାନେ ଜାଣନ୍ତି, ତା’ହେଲେ ଟୋଲ ଫ୍ରି ନମ୍ବର ୧୮00-୫୯୯ -୬୯୬୯ କୁ ଫୋନ କରି ଜଣାଇପାରିବେ।

Leave a Reply

Your email address will not be published. Required fields are marked *