Pratidin TV

Odisha's Digital News Platform

ଗାଡି ଗ୍ୟାରେଜରୁ ବ୍ୟାପିଲା ନିଆଁ ,ଜଳିଉଠିଲା ୪ ତାଲା କୋଠା, ଘଟଣାସ୍ଥଳରେ ୬ଜଣ ଜୀବନ୍ତ ଦଗ୍ଧ..

1 min read

ହାଇଦ୍ରାବାଦରେ ଘଟିଲା ବଡ଼ ଦୁର୍ଘଟଣା । ଦୀପାବଳୀ ପରଦିନ ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ନାମ୍ପଲି ଅଞ୍ଚଳରେ ଅବସ୍ଥିତ ଏକ ଆପାର୍ଟମେଣ୍ଟର ଅଟେ । ସୂଚନାନୁସାରେ, ନାମ୍ପାଲି ପୋଲିସ ଷ୍ଟେସନ ଅଞ୍ଚଳରେ ବଜାର ଘାଟରେ ଅବସ୍ଥିତ ଚାରି ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ତଳେ ଥିବା ଏକ କାର ମରାମତି କରୁଥିବା ଗ୍ୟାରେଜରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ଦ୍ରୁତଗତିରେ ବଢି ଅନ୍ୟ ଆପାର୍ଟମେଣ୍ଟକୁ ବ୍ୟାପିଗଲା । ହଠାତ ଏଭଳି ହେବାରୁ ଘର ଭିତରେ ଥିବା ଲୋକମାନେ ବାହାରକୁ ଆସିପାରିଲେ ନାହିଁ । ମିଳିଥିବା ସୂଚନାମୁତାବକ ଏହି ଅଗ୍ନିକାଣ୍ଡରେ ଫସି ରହିଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଅନେକ ଲୋକ ଉଦ୍ଧାର ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତିନୋଟି ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ଘଟଣା ସ୍ଥଳରୁ ବାହାରିଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ନିଆଁ ଅଧିକ ଥିଲା ।ଯାହାଫଳରେ ପ୍ରବଳ ଧୂଆଁ ବାହାରୁତିଲା ଏବଂ ଅଗ୍ନିଶମ କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା ଜାରିରଖିଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ ଆକାଶକୁ ଉଠୁଥିବା ଧୂଆଁ ଦୂରରୁ ମଧ୍ୟ ଦେଖାଯାଇପାରେ । ଆଖପାଖରେ ଅନ୍ୟାନ୍ୟ ଅନେକ ଘର ଅଛି କିନ୍ତୁ ବର୍ତ୍ତମାନ ନିକଟସ୍ଥ ଘରଗୁଡ଼ିକରେ କୌଣସି କ୍ଷୟକ୍ଷତି ହେବା ନେଇ ଖବର ଆସି ନାହିଁ । ଅଗ୍ନିଶମ କର୍ମଚାରୀମାନେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବିଲଡିଂ ଭିତରେ ଫସି ରହିଥିବା ଲୋକଙ୍କୁ ବାହାରୁ ସିଡ଼ି ନେଇ ଉଦ୍ଧାର କାର୍ଯ୍ୟ ଚାଲିଛି । ତେବେ ବିଲଡିଂ ନିକଟରେ ପ୍ରବଳ ନିଆଁ ଲାଗିଛି ।

Advertisement

ଏହି ଦୁର୍ଘଟଣାରେ ଅନେକ ଗାଡି ପାଉଁଶ ହୋଇଯାଇଥିଲା । ଅନେକ ଦୁଇ ଚକିଆ ଯାନରେ ନିଆଁ ଲାଗିଯାଇଥିଲା । ବିଲଡିଂ ବାହାରେ ପାର୍କିଂ ହୋଇଥିବା ଏକ କାର ମଧ୍ୟ ଜଳି ପୋଡି ପାଉଁସ ହୋଇଯାଇଛି । କାର ଏବଂ ଦୁଇ ଚକିଆ ଯାନ ବିଲ୍ଡିଂରେ ରହୁଥିବା ଲୋକଙ୍କର କି ମରାମତି ପାଇଁ ପାର୍କିଂ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ କର୍ମଚାରୀମାନେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ଅନେକ ଚେଷ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ । ଏହା ପରେ ବିଲଡିଂରୁ ପ୍ରବଳ ଧୂଆଁ ବାହାରିବା ଆରମ୍ଭ କଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ମୁତୟନ କରାଯାଇଛି । ଏହି ସମୟରେ ସେମାନଙ୍କୁ କୋଠାର ଭିତର ସିଡ଼ି ବ୍ୟବହାର କରି ଘରର ଝରକା ଦେଇ ଫସିଥିବା ଲୋକଙ୍କୁ ବାହାରକୁ ବାହାର କରାଯାଉଛି ।

Leave a Reply

Your email address will not be published. Required fields are marked *