Pratidin TV

Odisha's Digital News Platform

ଜିପିଏସ୍ ପାଇଁ ଗଲା ଜୀବନ । ଜିପିଏସ୍ ଭୁଲ ରାସ୍ତା ଦେଖାଇବା ଯୋଗୁଁ ମରୁଭୂମିରେ ବାଟବଣା ହୋଇଗଲେ , ଦୁଇ ଯୁବକ ମୃତ୍ୟ..

1 min read

ଏବେ କୌଣସି ସ୍ଥାନକୁ ଗଲେ ଜିପିଏସ ସହାୟତା ନେଉଛନ୍ତି । କିନ୍ତୁ ବେଳେ ବେଳେ ସେହି ଜିପିଏସ ଭୁଲ ରାସ୍ତା ଦେଖାଇଥାଏ  । ଆଉ ଜିପିଏସ ଦର୍ଶାଉଥିବା ରାସ୍ତାରେ ଯାଇ ଆମେ ଭୁଲ ସ୍ଥାନରେ ପହଞ୍ଚି ଥାଉ । ଯାହାର ଅନୁଭୂତି ବି ସମସ୍ତଙ୍କର ପାଖରେ ରହିଛି  ।  ହେଲେ ସେହି ଭୁଲ ଜିପିଏସ ବି କାହାର ଜୀବନ ନେଇଯିବ ତାହା କଳ୍ପନା ବାହାରେ  ।ଏଭଳି ଏକ ଘଟଣା ଘଟିଛି ସାଉଦି ଆରବରେ   । ଜିପିଏସ ର ଭୁଲ ମାର୍ଗଦର୍ଶିକା ଯୋଗୁ ଦୁଇ ଭାରତୀୟ ଯୁବକଙ୍କ ର ମୃତ୍ୟ ହୋଇଛି । ଦୁଇ ଯୁବକ ହେଉଛନ୍ତି

ତେଲେଙ୍ଗାନାର ବାସିନ୍ଦା ଶେହଜାଦ ସାଉଦିର ରୁବ-ଅଲ-ଖାଲି  । ମରୁଭୂମି ବୁଲିବାକୁ ଯୀଇ ପ୍ରାଣ ହରାଇଛନ୍ତି। ତେବେ ସେହି ମରୁଭୂମିକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ। ରିପୋର୍ଟ ଅନୁଯାୟୀ, ଶେହଜାଦ ସୁଦାନର ଜଣେ ବନ୍ଧୁଙ୍କ ସହ ଏହି ମରୁଭୂମି ଅଞ୍ଚଳ ଦେଇ ଯାଉଥିଲେ। ରାସ୍ତାରେ ତାଙ୍କର ଜିପିଏସ୍ ସିଗନାଲ୍ ଫେଲ୍ ହୋଇଯାଇଥିଲା। ଏହା ପରେ ପରେ ତାଙ୍କ ଗାଡିରେ ଥିବା ତେଲ ଏବଂ ତାଙ୍କ ଫୋନର ବ୍ୟାଟେରୀ ମଧ୍ୟ ସରିଯାଇଥିଲା, ଯେଉଁଥିପାଇଁ ସେମାନେ କାହାକୁ ସାହାଯ୍ୟ ମଧ୍ଯ ମାଗି ପାରିନଥିଲେ। ଶେହଜାଦ ଏବଂ ତାଙ୍କ ବନ୍ଧୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଓ ବିନା ଖାଦ୍ୟରେ ମରୁଭୂମିର ପ୍ରବଳ ଉତ୍ତାପରେ ଫସି ରହିଥିଲେ। ଭୋକ ଉପାସ ଓ ଶୋଷ ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବା ସଙ୍ଗେ ସଙ୍ଗେ ଦୁହିଁଙ୍କ ଜୀବନ ଚାଲିଯାଇଥିଲା। ପାଖାପାଖି ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୨ରେ ମରୁଭୂମିରେ ଶେହଜାଦ ଏବଂ ତାଙ୍କ ବନ୍ଧୁଙ୍କ ମୃତଦେହ ମିଳିଥିଲା। ଶେହଜାଦ ଗତ ତିନି ବର୍ଷ ଧରି ସାଉଦି ଆରବରେ ଏକ ଟେଲି କମ୍ୟୁନିକେଶନ କମ୍ପାନୀରେ କାର୍ଯ୍ୟ କରୁଥିଲେ।

Advertisement

Leave a Reply

Your email address will not be published. Required fields are marked *