ଟ୍ରକ୍ ତଳୁ ଯୁବତୀଙ୍କ ଜୀବନ ବଞ୍ଚାଇଲେ କେନ୍ଦ୍ରମନ୍ତ୍ରୀ ,ଚିକିତ୍ସା ସମସ୍ତ ଅର୍ଥ ବହନ କରିବାକୁ ଦେଲେ ପ୍ରତିଶୃତି ….
1 min readଟ୍ରକ ତଳେ ଫସିଥିଲା ଯୁବତୀଙ୍କ ଜୀବନ । ବଞ୍ଚିବାର ଆଶା ମଧ୍ୟ ସରି ସରି ଆସୁଥିଲା । ସେପଟେ ବଞ୍ଚିବା ପାଇଁ ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ ଯୁବତୀ ।ଠିକ ସେହି ସମୟରେ ଦେବଦୂତ ସାଜି ସେଠାରେ ପହଞ୍ଚି ଯାଇଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ଯୁବତୀଙ୍କ ଜୀବନବଞ୍ଚାଇଥିଲେ ।ମନକୋଣ୍ଡୁର ମଣ୍ଡଳର କାଲେଡା ଗାଁର ଯୁବତୀ ଦିବ୍ୟାଶ୍ରୀ ଗୋଟିଏ ଟ୍ରକ୍ ତଳେ ଫସି ରହିଥିଲେ। ତାଙ୍କ ଚୁଟି ଉପରେ ଚଢ଼ିଯାଇଥିଲା ଟ୍ରକ୍ ଚକ । ତାଙ୍କ ଚିତ୍କାର ଶୁଣି ଡ୍ରାଇଭର ଟ୍ରକକୁ ଅଟକାଇଲା । ଯାହାଫଳରେ ଯୁବତୀ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲା ହେଲେ ଯୁବତୀ ଜଣକ ସେହି ଟ୍ରକ ତଳେ ଫସିରହିଥିଲେ । ସେହି ସମୟରେ ମୁଲୁଗୁ ଯାଉଥିବା କେନ୍ଦ୍ର ମନ୍ତ୍ରୀ ବନ୍ଦି ସଞ୍ଜୟ ଘଟଣାସ୍ଥଳରେ ଅଟକି ଯାଇ ଟ୍ରକ ନିକଟରେ ପହଞ୍ଚିଥିଲେ। କେନ୍ଦ୍ର ମନ୍ତ୍ରୀ ବନ୍ଦି ସଞ୍ଜୟ ହୁଜୁରାବାଦ ନିକଟ ସିଙ୍ଗାପୁର ଉପକଣ୍ଠରେ ଯୁବତୀଙ୍କ ଜୀବନ ରକ୍ଷା କରିଥିଲେ। ଖାଲି ସେତିକି ନୁହେଁ ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ତାଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲେ ।
ପ୍ରକୃତରେ, ମନକୋଣ୍ଡୁର ମଣ୍ଡଳର କାଲେଡା ଗାଁର ଯୁବତୀ ଦିବ୍ୟାଶ୍ରୀ ଗୋଟିଏ ଟ୍ରକ୍ ତଳେ ଫସି ରହିଥିଲେ। ତାଙ୍କ ଚିତ୍କାର ଶୁଣି ଡ୍ରାଇଭର ଟ୍ରକକୁ ଅଟକାଇଥିଲା। ମୁଲୁଗୁ ଯାଉଥିବା କେନ୍ଦ୍ର ମନ୍ତ୍ରୀ ବନ୍ଦି ସଞ୍ଜୟ ଘଟଣାସ୍ଥଳରେ ଅଟକି ଯାଇ ଟ୍ରକ ନିକଟରେ ପହଞ୍ଚିଥିଲେ। ସେ ଦେଖିଲେ ଦିବ୍ୟାଶ୍ରୀଙ୍କ କେଶ ଟ୍ରକର ଚକ ତଳେ ଅଟକି ରହିଛି । ତାଙ୍କ କ୍ଷତ ସ୍ଥାନରୁ ରକ୍ତ ପ୍ରବାହିତ ହେଉଥିଲା।
ସଞ୍ଜୟ ଯାଉଥିବା ଟ୍ରକଗୁଡ଼ିକୁ ଅଟକାଇଥିଲେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ଲୋକମାନେ ତାଙ୍କ କେଶ କାଟିଲେ ଏବଂ କୌଣସି ପ୍ରକାରେ ଯୁବତୀଙ୍କୁ ବାହାରକୁ ବାହାର କରିଥିଲେ । ତାଙ୍କୁ ତୁରନ୍ତ କରିମନଗରର ଲାଇଫ୍ ଲାଇନ୍ ପ୍ରାଇଭେଟ ହସ୍ପିଟାଲକୁ ପଠାଯାଇଥିଲା। ଏହାସହିତ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦିବ୍ୟାଶ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ।