Pratidin TV

Odisha's Digital News Platform

ସିଇଓ ଗିରଫ ପରେ ବନ୍ଦ ହୋଇଯିବ କି ଟେଲିଗ୍ରାମ୍‌!

1 min read

ଟେଲିଗ୍ରାମ ସିଇଓ ତଥା ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ପ୍ୟାରିସ ପୋଲିସ। ଏହି ବିତ୍ତଶାଳି ବ୍ୟବସାୟୀ, ଯାହାଙ୍କୁ ରୁଷିଆର ମାର୍କ ଜୁକରବର୍ଗ ବୋଲି କୁହାଯାଏ, ଟେଲିଗ୍ରାମରେ ଅପରାଧିକ କାର୍ଯ୍ୟକଳାପର ପ୍ରସାର ସମେତ ପ୍ରାୟ ୯୦୦ ନିୟୁତ ସକ୍ରିୟ ଉପଭୋକ୍ତା ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।ତେବେ ଡୁରୋଭଙ୍କ ଗିରଫ ପରେ କୁହାଯାଉଛି ଯେ କୁଆଡ଼େ ବନ୍ଦ ହୋଇପାରେ ଟେଲିଗ୍ରାମ୍‌ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । 

ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯିବା ପରେ ଏହି ଆପ୍ ବନ୍ଦ ହେବାର ଆଶଂକା ବଢିଛି । କେବଳ ଏତିକି ନୁହେଁ ଜୁଆ ଓ ମୁଣ୍ଡଜାମିନ୍ ଭଳି ବେଆଇନ୍ କାର୍ଯ୍ୟରେ ଏହି ଆପ୍ ବ୍ୟବହାର କାରାଯାଉଥିବା ଅଭିଯୋଗ ରହିଛି । ତେବେ ଏହାକୁ‌ ନେଇ ଏବେ କେନ୍ଦ୍ର ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ତଦନ୍ତ କରୁଛି। ଯଦି କମ୍ପାନି ବିରୋଧରେ କିଛି ବି ଠୋସ୍‌ ପ୍ରମାଣ ମିଳିଯାଏ ତ ଆପ୍‌ ବନ୍ଦ ହୋଇଯିବ। ଏହି ଆପ୍‌କୁ ପ୍ଲେ ‌ଷ୍ଟୋର୍‌ରୁ ହଟାଇ ଦିଆଯିବ ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ ସଠିକ ତଥ୍ୟ ଜଣାପଡ଼ିନାହିଁ।

Advertisement

Leave a Reply

Your email address will not be published. Required fields are marked *