Pratidin TV

Odisha's Digital News Platform

ଯଦି ଭାରତ ବିଶ୍ୱକପ୍ ଜିତିବ,ମୁଁ ସମୁଦ୍ର କୂଳରେ ବିନା ପୋଷାକରେ ବୁଲିବି…

ଯଦି ଭାରତ ବିଶ୍ୱକପ୍ ଜିତିବ । ତାହେଲେ ମୁଁ ସମୁଦ୍ର କୂଳରେ ବିନା ପୋଷାକରେ ବୁଲିବି । ଏମିତି କିଛି ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ତାମିଲ ସୁନ୍ଦରୀ । ରାତି ପାହିଲେ ଦୁଲୁକିବ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ଭାରତ ସହ ଲଢିବ ୫ ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ଆଉ ଏହି ଅନ୍ତିମ ମ୍ୟାଚକୁ ନେଇ ସମଗ୍ର ବିଶ୍ୱର ନଜର କ୍ରିକେଟ ଉପରେ ରହିଛି । ଆସନ୍ତାକାଲି ଏହି ଦମ୍‌ଦାର ମ୍ୟାଚ ଦେଖିବା ପାଇଁ ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ଶିଳ୍ପପତି ତଥା ବ୍ୟବସାୟୀ ଏବଂ ରାଜନେତାଙ୍କ ଭିଡ ଲାଗିବ । ହେଲେ ଏହାରି ମଧ୍ୟରେ ଏକ ତାମିଲ ଅଭିନେତ୍ରୀଙ୍କ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ସମସ୍ତ ଭାରତୀୟଙ୍କ ନଜର ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ ଉପରେ । ହେଲେ ଏହି ଅଭିନେତ୍ରାଙ୍କ ପୋଷ୍ଟ ପରେ ସମସ୍ତେ ଅଭନେତ୍ରୀଙ୍କ କଥାକୁ ନେଇ ଚର୍ଚ୍ଚା କରୁଛନ୍ତି । ଯେଉଁଥିପାଇଁ ଅଭିନେତ୍ରୀ ଜଣକ ଲାଇମଲାଇଟ୍ ରେ ରହିଛନ୍ତି । ଅଭିନେତ୍ରୀ ରେଖା ବୋଜ୍ କହିଛନ୍ତି ଯଦି ଭାରତ ଫାଇନାଲ ମ୍ୟାଚରେ ବିଶ୍ୱକ ଚମ୍ପିଆନ ହୁଏ , ତାହେଲେ ଭାଇଜାଗ ସମୁଦ୍ରକୂଳରେ ବିନା ପୋଷାକରେ ବୁଲିବେ । ଅଭିନେତ୍ରୀ ଜଣକ ନିଜ ସୋସିଆଲ ମିଡିଆରେ ଦୁଇଦିନ ପୂର୍ବରୁ ଏନେଇ ପୋଷ୍ଟ କରିଥିଲେ । କିନ୍ତୁ ବର୍ତ୍ତମାନ ଏହା ବେଶ ଭାଇରଲ ହେବାରେ ଲାଗିଛି । ରେଖାଙ୍କୁ ଏହି ପୋଷ୍ଟ ପାଇଁ ଟ୍ରୋଲ ମଧ୍ୟ କରାଯାଉଛି ।

Leave a Reply

Your email address will not be published. Required fields are marked *